ବ୍ରହ୍ମପୁରରେ ପୁଣି ଲୁଟ୍, ବୃଦ୍ଧା ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | March 22, 2025 IST

BREAKING NEWS

ବ୍ରହ୍ମପୁର ୨୨।୩: ବ୍ରହ୍ମପୁରରେ ପୁଣି ଲୁଟ୍ । ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି । ପୋଲିସ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗର ନିକଟସ୍ଥ ଶିବା ଶକ୍ତି ସିନେମା ହଲ୍ ଛକ ନିକଟରେ ଜଣେ ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ବୃଦ୍ଧା ଜଣଙ୍କ ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପି ନେଇଯାଇଥିବା ଜଣାପଡିଛି । ତେବେ ଏ ନେଇ ବଡ଼ ବଜାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନି ପୋଲିସ । ଏ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

You Can Read:

ମେଡିକାଲ କ୍ୟାମ୍ପସରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଡ୍ରାଇଭର ଭାବେ କରୁଥିଲେ କାମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.