ଭୁବନେଶ୍ବର ୨୬।୮: ବଦଳିବ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ । ୨୦୨୬-୨୭ ଶିକ୍ଷାବର୍ଷରୁ ସାରା ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କରିକୁଲମ୍ ଫ୍ରେମୱର୍କ ଷ୍ଟିୟରିଂ କମିଟିର ଅନୁମୋଦନ ପରେ NCERT ଢାଞ୍ଚାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ SCERT ।
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଏହିସବୁ ପୁସ୍ତକ ପ୍ରସ୍ତୁତି କରାଯିବ । ପୁସ୍ତକର ମୂଲ୍ୟବୋଧ ଶିକ୍ଷା ସାମିଲ କରାଯିବ । ନୂଆ ପାଠ୍ୟକ୍ରମ ନେଇ ଶିକ୍ଷକ ମାନଙ୍କୁ ତାଲିମ ଦେବ ଗଣ ଶିକ୍ଷା ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
You Can Read:
ପାରା ଫେନସିଂ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିବେ ଗଜପତିର ପୂଜାସ୍ୱିନୀ ନାୟକ