ନୂଆଦିଲ୍ଲୀ ୨୬।୪: ଝାରସୁଗୁଡ଼ା ମହାନଦୀରେ ଡଙ୍ଗା ବୁଡି ମାମଲାରେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି । ଝାରସୁଗୁଡ଼ା ଏସ୍ପି ଏବଂ ଛତିଶଗଡ଼ ରାଇଗଡ ଏସ୍ପିଙ୍କୁ ଏନଏଚଆରସି ନୋଟିସ୍ କରିଛନ୍ତି । ୬ ସପ୍ତାହରେ ଜବାବ ଦେବାକୁ ନୋଟିସ୍ରେ କୁହାଯାଇଛି ।
ଗତ ୧୯ ତାରିଖରେ ଝାରସୁଗୁଡା ମହାନଦୀରେ ଡଙ୍ଗାବୁଡି ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା । ଝାରସୁଗୁଡ଼ାର ଶରାଧା ଘାଟରୁ ବରଗଡ଼ ଜିଲ୍ଲାର ବନ୍ଧେଇ ପଲ୍ଲୀକୁ ଯାଉଥିଲା ଡଙ୍ଗା । ଏନଏଚଆରସି ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏଥି ପାଇଁ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଶୁଣାଣିରେ ଏନଏଚଆରସି ନୋଟିସ୍ ଜାରି କରିଛନ୍ତି ।
You Can Read :