ଟ୍ରେନ୍ ସାମ୍ନାକୁ ନର୍ସ ଡେଇଁବା ଘଟଣା : ଦୁଇ ନର୍ସଙ୍କୁ ବଦଳି କରିଛନ୍ତି ସିଡିଏମ୍ଓ, ଡାକ୍ତରଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 18, 2025 IST

ଭଦ୍ରକ ୧୮।୫: ଡ଼ାକ୍ତର ଓ ନର୍ସଙ୍କ ବ୍ଲାକମେଲ୍ ଅଭିଯୋଗରେ ଟ୍ରେନ୍ ସାମ୍ନାକୁ ନର୍ସ ଡେଇଁବା ଘଟଣାରେ ଆରମ୍ଭ ହେଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଅଧିକ ଚିକିତ୍ସା ପାଇଁ ଗୁରୁତର ନର୍ସଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଘଟଣା ପରେ ଦୁଇ ନର୍ସଙ୍କୁ ବଦଳି କରିଛନ୍ତି ସିଡିଏମଓ । ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ତଦନ୍ତ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ଓ ପରେ ଡାକ୍ତରଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୂଚନା ଦେଇଛନ୍ତି ସିଡିଏମଓ ଡକ୍ଟର ସୁଧାଂଶୁ ଶେଖର ବଳ । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ଷ୍ଟାଫ୍ ନର୍ସ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସେ ଜଣେ ଡାକ୍ତର ଓ ଦୁଇ ଜଣ ଷ୍ଟାଫ ତାଙ୍କୁ ବ୍ଲାକ ମେଲ କରୁଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

You Can Read:

କାହିଁକି କରତାରପୁର ଯାଇଥିଲେ ପୁରୀ ଝିଅ, ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ସହ ରହିଛି ସମ୍ପର୍କ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.