ଭୁବନେଶ୍ୱର ୦୯।୧୨ : ପ୍ରଶ୍ନକାଳରେ ମୁହାଁମୁହିଁ ବିଧାୟକ । ବିଧାନସଭାରେ ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସର ଦୁଇ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଗୋଟିଏ ଦିନର ବିରତି ପରେ ସୋମବାର ଦିନ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ହେଲେ ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟରେ ବିଧାନସଭାରେ ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା । ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସ ବିଧାୟକ ଡକ୍ଟର ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗ ମୁହାଁମୁହିଁ ହୋଇଛନ୍ତି । ତେବେ ଗୃହରେ ଏଭଳି ଅବସ୍ଥା ଦେଖି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର ସାଉଁଟା ମଧ୍ୟସ୍ଥି କରିଥିଲେ । ଯାହାଫଳରେ ବିବାଦର ଅନ୍ତ ହୋଇଛି । ଏହାର କିଛି ସମୟରେ ରାଜନ ଏକ୍କା ଦାଶରଥୀ ଗମାଙ୍ଗଙ୍କ ପାଖକୁ ଯାଇ ମାନଭଞ୍ଜନ କରିଥିଲେ ।