ଭୁବନେଶ୍ଵର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି। ଏଥର ସରକାର କୃଷି, ସ୍ଵାସ୍ଥ୍ୟ, ଶିକ୍ଷାଠୁ ନେଇ ସୁଭଦ୍ରା ଯୋଜନା, ପରିବହନ, ଯୋଗାଯୋଗ ସବୁ କ୍ଷେତ୍ରକୁ ଗୁରୁତ୍ଵାରୋପ କରିଛନ୍ତି। ଏଥର ବଜେଟ୍ର ମୋଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। କୃଷି ବିଭାଗକୁ ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। ଏଥର ବଜେଟ୍ରେ ୧୬ ନୂଆ ଯୋଜନା ଘୋଷଣା କରାଯାଇଛି।
ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪.ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ବଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି