ODISHA BUDGT 2025: ହୀରାକୁଦ ଡ୍ୟାମ ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ଅଟକଳ

Published By : Prameya-News7 Bureau | February 17, 2025 IST

ଭୁବନେଶ୍ଵର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ସରକାରଙ୍କୁ ଆସିବା ପରେ ମୋହନ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ବଜେଟ୍‌ରେ ଜଳସଂପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଟଙ୍କ ବ୍ୟୟବରାଦ କରାଯାଇଛି। 

ହୀରାକୁଦ ଡ୍ୟାମ ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ଅଟକଳ କରାଯାଇଛି। ଅନ୍ୟାନ୍ୟ ଡ୍ୟାମର ଉନ୍ନତି ପାଇଁ ୫୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ନଳକୂପ ପାଇଁ ବଜେଟ୍‌ରେ ୧୧୫୦ କୋଟି ଟଙ୍କା ରହିଛି। ୩୧୩ ଚେକ୍ ଡ୍ୟାମ୍‌ରେ ଏଥର ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୧୯୩ କିମି ଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟବସ୍ଥା କରାଯାଇଛି। 

Also read: BUDGET 2025: କୃଷି ପାଇଁ ୩୭,୮୦୦ କୋଟି ବ୍ୟୟ ଅଟକଳ, 'ସିଏମ କିଷାନ' ପାଇଁ ରହିଛି ଏତିକି କୋଟି

ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଉପସ୍ଥାପନ କରି କହିଛନ୍ତି, 'ଆମ ସରକାର ସମୃଦ୍ଧ ଓଡ଼ିଶା ୨୦୩୬ର ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁ ସମୟରେ ଆମେ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ନେଇ ଆଶା ରଖିଛୁ । ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ ।' ରାଜ୍ୟର ଅଭିବୃଦ୍ଧି   ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.