ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦିଆଯିବ ୨୯୧ କୋଟିର ଆର୍ଥିକ ସହାୟତା

Published By : Prameya-News7 Bureau | January 03, 2025 IST

ଭୁବନେଶ୍ବର ୩।୧: ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ । କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମରେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ୍ ୨୯୧.୬୫ କୋଟି ଆର୍ଥିକ ସହାୟତା ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ଫଣ୍ଡରୁ ଦିଆଯିବ ସହାୟତା । ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା । ଅଦିନିଆ ବର୍ଷାରେ ୬ ଲକ୍ଷରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୬ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଫସଲ କ୍ଷତି ହେଇଛି ।

ଅଦିନିଆ ବର୍ଷା କାରଣରୁ ବିଶେଷକରି ଉପକୂଳବର୍ତ୍ତୀ ଅଂଚଳରେ ଚାଷୀମାନେ କ୍ଷତି ସହିଲେ । ୨ ଲକ୍ଷ ୬୧ ହଜାର ଚାଷୀ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ପଞ୍ଜିକରଣ କରିପାରିଲେ । ଆଜିଠୁ କ୍ଷତିପୂରଣ ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଯିବା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.