ଭୁବନେଶ୍ୱର ୧୦।୦୫ : ଭାରତ-ପାକ୍ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଯାହାକୁ ଦୃଷ୍ଟିରେ ରଖି ପୁରା ଓଡ଼ିଆ ହାଇଆଲର୍ଟ ଜାରି କରାଯାଇଛି । ଏହିକ୍ରମରେ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ, ଆର୍ଡିସି ଏବଂ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ଯେଉଁମାନେ ଛୁଟିରେ ଯାଇଛନ୍ତି । ସେମାନ ତୁରନ୍ତ ଆସି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତା ରାଜ୍ୟ ସରକାର ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ଯାହାର ପରିଣତି ହେଉଛି ସୀମାବର୍ତ୍ତୀ ଅଞ୍ଚଳକୁ ହାଇଆଲର୍ଟ ରଖାଯାଇଛି । ଏହାସହିତ ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିକ୍ରମରେ ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆର୍ଡିସିଙ୍କ ଛୁଟି ବାତିଲ କରିଛନ୍ତି । ଏହାସହିତ ଯଦି କେହି ଛୁଟିରେ ଯାଇଛନ୍ତି । ତେବେ ସମସ୍ତେ ଆସି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପିରିକି କାହାକୁ ହେଡ୍କ୍ୱାର୍ଟର ନଛାଡିବାକୁ ମଧ୍ୟ ଆଦେଶ ଦିଆଯାଇଛି ।
ସେହିପରି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ସମସ୍ତ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଯଦି କେହି ଛୁଟିରେ ଯାଇଛନ୍ତି । ତେବେ ତୁରନ୍ତ ଆସି କାର୍ଯ୍ୟରେ ଯୋଗଦିଅନ୍ତୁ ।