ଭୁବନେଶ୍ବର ୨୭।୩: ଏଣିକି ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ ।
ତେବେ ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭୦.୭୧ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ ଏହି ଅର୍ଥ । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଛି ମଧ୍ୟାହ୍ନ ଭୋଜନ ।
ସେପଟେ ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ ଏବଂ ଅଣ୍ଡା ଦିଆଯିବ ।
ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା।
You Can Read:
ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ