କଟକ: ଆଧୁନିକ ମାର୍ଶାଲ୍ ଆର୍ଟ କୁଡୋରେ ଓଡିଶାକୁ ସଫଳତା ମିଳିଛି । ନିକଟରେ ପୁନେରେ ଆୟୋଜିତ କୁଡୋ ଜାତୀୟ ଚାମ୍ପିଅନଶିପରେ ଓଡିଶାର ଖେଳାଳିମାନେ ପାଞ୍ଚଟି ସ୍ବର୍ଣ୍ଣ ପଦକ ସହ ୭ଟି ବ୍ରୋଞ୍ଜ ଓ ୭ଟି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଜାତୀୟ ଚାମ୍ପିଅନଶିପରେ ଓଡିଶା ମୋଟ ୧୯ଟି ପଦକ ହାସଲ କରିଛି ।
ଜୁଡୋ, କରାଟେ, ତାଏକୋଣ୍ଡୋ ଓ ମୁଏଥାଇ ଭଳି ବିଭିନ୍ନ ମାର୍ଶାଲ ଆର୍ଟର କୌଶଳକୁ ମିଶାଇ ଏହି କୁଡୋ ମାର୍ଶାଲ ଆର୍ଟ ଆରମ୍ଭ ହୋଇଛି । ସବୁ ମାର୍ଶାଲ ଆର୍ଟର ମିଶ୍ରଣ ଏଇ ଗୋଟିଏ ଖେଳରେ ରହିଥିବାରୁ ଆଜିକାଲି ଅଧିକାଂଶ ପିଲା କୁଡୋକୁ ହିଁ ପସନ୍ଦ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ସହଯୋଗ ଓ ପ୍ରୋତ୍ସାହନ ଅବ୍ୟାହତ ରହିଲେ କୁଡୋରେ ଓଡ଼ିଶା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଆଣିପାରିବ ବୋଲି କହିଛନ୍ତି ରାଜ୍ୟ କୁଡୋ ଆସୋସିଏସନର ସମ୍ପାଦକ ନିତାଇ ଶଙ୍କର ଗୁଇଁ ।