ଜମି ଭାଗ ହେବନି, ସେଥିପାଇଁ ୨ ଭାଇଙ୍କ ଗୋଟିଏ ସ୍ତ୍ରୀ , ହିମାଚଳପ୍ରଦେଶର କ'ଣ ଏହି ପ୍ରଥା ?

Published By : Prameya-News7 Bureau | July 22, 2025 IST

ହିମାଚଳପ୍ରଦେଶ ୨୨/୦୭: ଜଣେ ବୋହୂ । ୨ ଜଣ ବର । ସେ ପୁଣି ଗୋଟିଏ ମାଆ ପେଟର ୨ ଭାଇ । ୟେ କୌଣସି ଲଭ ଟ୍ରାଙ୍ଗେଲ ନୁହେଁ କି ଧୋକାର କଥା ନାହିଁ । ବରଂ ସମସ୍ତଙ୍କ ସହମତିରେ ପୁରା ରୀତିନୀତିରେ ହୋଇଥିବା ଏକ ନିଆରା ଓ ଚର୍ଚ୍ଚିତ ବାହାଘର । ଫିଲ୍ମ କାହାଣୀ ପରି ଲାଗୁଥିବା ଏ ଘଟଣା ସତସତିକା ଘଟିଛି ହିମାଚଳ ପ୍ରଦେଶରେ । ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିବାର ଜିଦ୍‌ ୟା ନୂଆ ପରମ୍ପରାକୁ ଆପଣାଇବାର ଭୟ । ଯିଏ ଯାହା ବି କହୁ । ହେଲେ ଏବେ ଏହି ନିଆରା ବାହାଘର ସରିଯାଇଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁଠି ଏହି ଚର୍ଚ୍ଚା । 

ହିମାଚଳପ୍ରଦେଶ ସାରମୁଲ ଜିଲ୍ଲାରେ ଏକ ଛୋଟିଆ ଗାଁ ସିଲାଇ । ପୁରୁଣା ପରମ୍ପରାକୁ ନେଇ ପୁଣି ଖବରର ହେଲଲାଇନରେ ।ଏମିତି ଏକ ପରମ୍ପରା ଯାହା ମହାଭାରତର ଦୌପଦୀ ଓ ପଞ୍ଚୁପାଣ୍ଡବଙ୍କ କଥା ପୁଣି ମନେ ପକାଇ ଦେଇଛି । ନାଁ ତାର ବହୁପତି । ଏହାକୁ ସ୍ଥାନୀୟ ଭାଷାରେ ପଲିଏଣ୍ଡରି କୁହାଯାଇଥାଏ । ମାନେ ଗୋଟିଏ ଝିଅର ଏକାଧିକ ପତି ରହିବା ।  ଗାଁର ୨ ଭାଇ ପ୍ରଦୀପ ନେଗି ଓ କପିଲ ନେଗି, ପାଖରେ ଥିବା କୁନହାଟ ଗାଁର ସୁନୀତା ଚୌହାନଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି । ପ୍ରଦୀପ ସରକାରୀ ଚାକିରି କରିଥିବାବେଳେ  କପିଲ  ବିଦେଶରେ ଚାକିରି କରୁଛନ୍ତି । ୩ ଜଣ ଉଚ୍ଚ ଶିକ୍ଷିତ । ମଡର୍ଣ୍ଣ ଦୁନିଆରେ ଜିଇଁଛନ୍ତି । ତଥାପି ପୁରୁଣା ପରମ୍ପରାକୁ ସେମାନେ ବଡ ଦାୟିତ୍ବ ଭାବର ପାଳନ କରିଛନ୍ତି  । 

ଜୁଲାଇ ୧୨ରୁ ଆରମ୍ଭ ହୋଇଥିବା ଏ ବାହାଘର ୩ ଦିନ ଧରି ଚାଲିଥିଲା । ସଂପୂର୍ଣ୍ଣ ରୀତିନୀତି ଓ ପରମ୍ପରାରେ ବେଶ ଧୁମଧାମରେ ହୋଇଥିବା ବାହାଘରରେ ଉଭୟ ପରିବାରର ସଦସ୍ୟ ସାମିଲ ଥିଲେ । ସଂପର୍କୀୟ ସାଙ୍ଗସାଥୀ ଓ ଗାଁ ଲୋକ ବି ଉପସ୍ଥିତ ରହି ବାହାଘରର ମଜା ଉଠାଇ ଥିଲେ ।  ଜଣେ ମହିଳାଙ୍କ ୨ରୁ ଅଧିକ ପତି ରହିବା ପରମ୍ପରାକୁ ହାଟି ଜନଜାତିର ଲୋକ ଉଜଲା ପକ୍ଷ କହିଥାନ୍ତି । ଯାହାକୁ ମାନିବାରେ ଓ ଆପଣାଇବାରେ ସେମାନଙ୍କ କୌଣସି ଅସୁବିଧା ନଥାଏ । ସେମାନେ ତ ଏହି କଥା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଆମେ ଏହି ପରମ୍ପରାକୁ ନେଇ ଖୁସି ଥିବାବେଳେ ଅନ୍ୟମାନେ କଣ ପାଇଁ ଏତେ ଚର୍ଚ୍ଚା କରୁଛନ୍ତି । 

ଦୁନିଆ ବଦଳିବା ସହ ଲୋକେ ଆଧୁନିକତାକୁ ଆପଣାଇ ସାରିଲେଣି । । ହେଲେ କାହିଁ କେଉଁ କାଳରୁ ପିଢି ପରେ ପିଢି ସିଲାଇ ଗାଁରେ ବହୁପତି ପରମ୍ପରାକୁ ମାନିଆସୁଛନ୍ତି ଲୋକେ । ସିଲାଇ ଗାଁରେ ଏମିତି ଅନେକ ଯୋଡି ଅଛନ୍ତି ।  ୨କି ୩ ଭାଇ ଗୋଟିଏ ଝିଅକୁ ପତ୍ନୀ ଭାବରେ ଗ୍ରହଣ କରିବାର ନଜିର ରହିଛି । ହିମାଚଳର ସିରମର ଓ ଉତ୍ତାରଖଣ୍ଡର ଜନସାର ବାବରର ଲୋକ ଏହି ପରମ୍ପରାକୁ ମାନି ଆସୁଛନ୍ତି । ଏମାନେ ବହୁପତି ବିବାହକୁ ପାଣ୍ଡବଙ୍କ ସହ ଯୋଡିଥାନ୍ତି । ସ୍ଥାନୀୟ ଲୋକେ ଏହା ମାନିଥାନ୍ତି କି ବହୁପତି ବିବାହରେ ପୈତୃକ ସଂପତ୍ତି ଭାଗବଣ୍ଟା ହୋଇନଥାଏ । ଭାଇମାନଙ୍କ ମଧ୍ୟରେ ସଂପତ୍ତିକୁ ନେଇ ଝଗଡା ବି ହୋଇନଥାଏ । 



 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.