ବଢ଼ିଲା କାଳ ଡ୍ୟାମ୍‌ର ଜଳସ୍ତର, ଗୋଟିଏ ଗେଟ୍ ଖୋଲିଲେ ଡ୍ୟାମ୍ କର୍ତ୍ତୃପକ୍ଷ

Published By : Prameya-News7 Bureau | August 24, 2025 IST

ଉଦଳା ୨୪।୮: ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ନଦୀର ଜଳସ୍ତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଗୋଟିଏ ଗେଟ୍ ଖୋଲିଛନ୍ତି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୭୭.୭ ଥିବା ବେଳେ ଡ୍ୟାମ୍‌ରେ ଜଳ ବିପଦ ସଂକେତ ଛୁଇଁବାରୁ କର୍ତ୍ତୃପକ୍ଷ ଡ୍ୟାମ୍ ଗେଟ୍ ଖୋଲିଛନ୍ତି । ୧ ମିଟର ଗେଟ୍ ଖୋଲାଯାଇଥିବା ବେଳେ ପ୍ରତି ସେକେଣ୍ଡରେ ୮୨ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୮୪ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି ।

ତେବେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମ୍‌ର ସ୍ଥିତି ଦେଖି ଅନ୍ୟ ଗେଟ୍ ଖୋଲାଯିବ ବୋଲି କୁହାଯାଇଛି । ଗୋଟିଏ ପଟେ ବର୍ଷା ଏବଂ ଅନ୍ୟପଟେ ଗେଟ୍ ଖୋଲାଯିବାରୁ ତଳିଆ ଅଞ୍ଚଳବାସୀ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଆବଶ୍ୟକ ପଡିଲେ ୧ ମିଟରରୁ ଅଧିକ ମଧ୍ୟ ଗେଟ୍ ଖୋଲା ଯିବାର ସମ୍ଭାବନା ରହିଛି ।

You Can Read:

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍, ଇନ୍‌ଫ୍ଲୋ ବଢ଼ିବାରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.