ଭୁବନେଶ୍ୱର ୧୮।୦୨ : ଖୁଡ଼ିର ପୁତୁରା ସହ ଚାଲିଥିଲା ପାପ ସଂପର୍କ । ସ୍ତ୍ରୀକୁ ବିରୋଧ କରିବାରୁ ସ୍ବାମୀକୁ ହତ୍ୟା । ଭୁବନେଶ୍ୱର ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । କଳିଙ୍ଗ ବିହାର ହନୁମାନ ଛକରେ ଥିବା ଦୋକାନରୁ ସନ୍ଦେହଜନକ ଅବସ୍ତାରେ ମୃତଦେହ ଉଦ୍ଧାର ହୋଇଛି । ତମାଣ୍ଡୋ ଥାନା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ମିଳିଥିବା ଖବର ଅନୁସାରେ, ମୃତକଙ୍କ ନାମ ଜ୍ଞାନ ରଞ୍ଜନ ଜେନା । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ମାଳପୁରା ଅଞ୍ଚଳରେ । ଦୀର୍ଘଦିନ ହେବ ତମାଣ୍ଡୋ ଅଞ୍ଚଳରେ ରହୁଥିଲେ । ସୋମବାର ପରିବାର ଲୋକଙ୍କୁ ମୃତ ଜ୍ଞାନ ରଞ୍ଜନଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ଜେନା ଫୋନ କରି ଭାଇ ଆତ୍ମହତ୍ୟା କରିଥିବା କଥା କହିଥିଲେ । ହେଲେ ପରିବାର ଲୋକ ଆସିବା ପରେ ମୃତଦେହକୁ ଦେଖାଇ ନଥିଲେ ଲକ୍ଷ୍ମୀପ୍ରିୟା । ଏନେଇ ପରିବାର ଲୋକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଏପିରିକି ପୂର୍ବରୁ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟାଙ୍କର ପୁତୁରା ଜଗନ ସ୍ବାଇଁ ସହ ପାପ ସଂପର୍କ ଥିବା ନେଇ ଜ୍ଞାନ ରଞ୍ଜନ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀ ପ୍ରିୟାଙ୍କ ଭଉଣୀର ପୁଅ ଥିଲେ ଜ୍ଞାନ ରଞ୍ଜନ । ତେବେ ଥାନାରେ ଅଭିଯୋଗ ପରେ ମୃତ ଜ୍ଞାନ ରଞ୍ଜନଙ୍କୁ ମାଡ଼ ମାରିଥିଲେ ସ୍ତ୍ରୀ ଓ ପୁତୁରା। ସୋମବାର ଦୋକାନରୁ ଜ୍ଞାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ତାରେ ମିଳିଥିଲା । ପୋଲିସ ମୃତଦେହ ଜବତ କରି ଛାନ୍ଭିନ୍ ଜାରି ରଖିଛି ।