'ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ...ଫୋନ୍‌ରେ ସ୍ପଷ୍ଟ ଭାବେ ଟ୍ରମ୍ପଙ୍କୁ କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 18, 2025 IST

ନୂଆଦିଲ୍ଲୀ ୧୮/୦୬: ପହଲଗାମ ହମଲା ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଟ୍ରମ୍ପଙ୍କ ପ୍ରଥମ କଥାବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ଲମ୍ୱା କଥାବାର୍ତ୍ତା ହୋଇଥିଲେ ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ପାକିସ୍ତାନ ଓ ଆମେରିକା ମଧ୍ୟରେ ଅପରେସନ ସିନ୍ଦୂର ଉପରେ ଘଟିଥିବା ଘଟଣାବଳୀ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତେବେ ଯାହା ଚର୍ଚ୍ଚା ହେଉଛି କି, ପାକ୍‌ ସେନା ମୁଖ୍ୟ ଆସିବା ପୂର୍ବରୁ ମୋଦୀଙ୍କ ସହ ଟ୍ରମ୍ପ କଥା ହୋଇଯାଇଛନ୍ତି । 


ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଅପରେସନ ସିନ୍ଦୂର ସମୟରେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକା ଦ୍ୱାରା ମଧ୍ୟସ୍ଥତା ଭଳି କୌଣସି ବିଷୟରେ ଆଲୋଚନା କରାଯାଇନଥିଲା। ଏହି କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ସ୍ପଷ୍ଟ କରିଦେଇଥିଲେ ଯେ ଭାରତ କେବେବି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମଧ୍ୟସ୍ଥତାକୁ ଗ୍ରହଣ କରିନାହିଁ । ଆଗକୁ ବି କେବେ ଗ୍ରହଣ କରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ରାଜନୈତିକ ଭାବରେ ଏକତା ହାସଲ କରିଛି। 

ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ୍ କଲ୍ ବିଷୟରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବୈଠକ G-7 ଅବସରରେ ହେବାର ଥିଲା । ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ କାନାନାସ୍କିସ୍ ରେ G-7 ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ। ତେବେ ଏଠାରୁ ଅତି ଶୀଘ୍ର ପଳାଇଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଯାହା ଫଳରେ ବୈଠକ ହୋଇପାରିଲା ନାହିଁ।

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.