ବ୍ରହ୍ମପୁର ୭।୬: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ । ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ଘଟଣାରେ ୪ ଜଣ ଯୁବକ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି । ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଗତ ୩ ତାରିଖର ଘଟଣା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଛନ୍ତି । ପୋକ୍ସୋ ଆଇନ ଏବଂ ବିଏନଏସ ୭୨ରେ ମାମଲା ରୁଜୁ ହୋଇଥିବା ଏସ୍ପି କହିଛନ୍ତି । ଦୁଷ୍କର୍ମକାରୀ ଜଣେ ନାବାଳିକାଙ୍କ ଭଲ ବନ୍ଧୁ ଥିଲା ।
You Can Read:
ରାଇଘର ଚାଷୀଙ୍କ ଆନ୍ଦୋଳରେ ବିଜେଡି ନେତା, ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବକେୟା ଟଙ୍କା ଦେବାକୁ ଦାବି