ପୁଅ ବ୍ରତଘର ପାଇଁ କିଣିଥିଲେ ୨୦ଲକ୍ଷ ଟଙ୍କାର ସୁନା ଗହଣା, ନେଇଯାଇଥିଲେ ଅଟୋ ଚାଳକ

Published By : Prameya-News7 Bureau | April 29, 2025 IST

ଭୁବନେଶ୍ବର : ପୁଅ ବ୍ରତଘର ପାଇଁ ସୁନା କିଣିଥିଲେ । କିନ୍ତୁ ସବୁ ହଜାଇ ଦେଇଥିଲେ । ସୌଭାଗ୍ୟବଶତଃ ଫେରିପାଇଲେ ସୁନାଗହଣା । ହଜିବାର ଗୋଟିଏ ଦିନ ପରେ ମହିଳାଙ୍କୁ ସୁନା ଗହଣା ଫେରାଇଦେଲା ପୋଲିସ ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଭୁବନେଶ୍ବର ସୌଭାଗ୍ୟନଗରରେ ଥିବା ଏକ ଦୋକାନରୁ ୨୦ଲକ୍ଷ ଟଙ୍କାର ସୁନା ଗହଣା କିଣିଥିଲେ । ଗହଣା କିଣିବା ପରେ ଏକ ଅଟୋ ସାହାଯ୍ୟରେ ଯାଉଥିବା ବେଳେ ଅଟୋରେ ସୁନା ଗହଣା ବ୍ୟାଗ୍‌ଟି ରହିଯାଇଥିଲା । ମହିଳା ଜଣଙ୍କୁ ଘରକୁ ଫେରି ଦେଖିଥିଲେ ତାଙ୍କ ସୁନା ଗହଣା ବ୍ୟାଗ୍‌ଟି ତାଙ୍କ ପାଖରେ ନଥିଲା । ଏ ନେଇ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ସୁନା ଅଳଙ୍କାର ବ୍ୟାଗ୍‌ଟି ମହିଳା ଜଣଙ୍କ ଯେଉଁ ଅଟୋରେ ଯାଉଥିଲେ ସେହି ଅଟୋରେ ରହିଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡିଥିଲା । ସୁନା ଗହଣା ବ୍ୟାଗ୍‌ଟି ଅନ୍ୟ ଅଟୋ ଚାଳକ ଜଣଙ୍କ ନେଇଯାଇଥିଲେ । ଏହାପରେ ସଂପୃକ୍ତ ଅଟୋ ଚଳକଙ୍କୁ ଠାବ କରି ତାଙ୍କ ଠାରୁ ସୁନା ଗହଣା ବ୍ୟାଗ୍ ଜବତ କରିଥିଲା ପୋଲିସ । ଖଣ୍ଡଗିରି ଥାନା ପୋଲିସ ଟିମ୍‌ର ଉଦ୍ୟମ ଯୋଗୁଁ ଦିନକ ମଧ୍ୟରେ ତୁରନ୍ତ ହଜିଥିବା ସୁନା ଗହଣା ମିଳିଯାଇଥିଲା । ୨୦୦ ଗ୍ରାମ୍ ସୁନା ରୂପା ଅଳଙ୍କାର ଏବଂ  ୪୪ ହଜାର ୫ଶହ ଟଙ୍କା ଅଟୋ ଚାଳକଙ୍କ ଠାରୁ ଜବତ ହୋଇଛି । ସଂପୃକ୍ତ ଅଟୋ ଚାଳକ ଅଟକ ଅଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି । 

You Can Read:

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ସୋନାଲି ପଣ୍ଡା, ବାଲିଚନ୍ଦ୍ରପୁର ଥାନାରେ ଦେଇଥିବା ଏତଲା ନେଇ ଫେରାଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.