ଭୁବନେଶ୍ୱର ୨୪/୦୭: ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲଗାଯାଇ । ନାରୀ ସୁରକ୍ଷାରେ ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଥିଲା ଓଡିଶା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା । ଦୁଷ୍କର୍ମ, ଆତ୍ମହତ୍ୟା, ଆତ୍ମାହୁତି ଘଟଣା ରାଜ୍ୟରେ ବଢି ବଢି ଚାଲିଛି । ଦେଶରେ ନିନ୍ଦିତ ହେଲାଣି ଓଡିଶା। ପ୍ରବାସୀ ଓଡିଆ ମୁଣ୍ଡ ଟେକି ଚାଲି ପାରୁନି ।
ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ । ମାଲାକନଗିରି ଘଟଣା ହୃଦୟ ବିଦାରକ । ୧୫ ବର୍ଷର ନାବାଳିକା ଦୁଇ ଦୁଇ ନିର୍ଯାତନାର ଶିକାର ହେବ। ରେସ୍କ୍ୟୁ ହେବା ପରେ ଶିକାର ହେଲା । ପୋଲିସ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନାହିଁ ଅଭିଯୁକ୍ତ ବିରୋଧରେ ।
ନ୍ୟାୟ ନମିଳିବାରୁ ଲଜ୍ଜା ସହିନପାରି ବିଷ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କଲେ । ଏବେ ସେ ଡାକ୍ତରଖାନା ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ବନ୍ଧୁ ଗାଁ କୋରାପୁଟ ରେ ଜୁଲାଇ ରେ ଦୁଷ୍କର୍ମ କରାଯାଉଛି। କିଛି ନ୍ୟାୟ ନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ।
ସେପଟେ ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ଆନ୍ଦୋଳନ କରିବ ବିଜେଡି । ଶୁକ୍ରବାର ବିଜେଡି fact finding team ମାଲାକନଗିରି ଯାଇ ପୀଡିତାଙ୍କ ପରିବାର ଓ ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବୁ । ୨୬ତାରିଖରେ ଡିଆଇଜି ଅଫିସ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ।