ପଞ୍ଜାବର ପରାଜୟରେ ପ୍ରୀତି ଜିଣ୍ଟା ନିରାଶ; ସ୍ଵପ୍ନ ଭାଙ୍ଗିବା ପରେ ରୋକି ପାରିଲେନି ଆଖିର ଲୁହ, ଭିଡିଓ ଭାଇରାଲ...

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ ୦୪।୦୬; ପୂରା ହେଲା ବିରାଟଙ୍କ ସ୍ୱପ୍ନ । ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ । ପ୍ରଥମ ଥର ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ସମୟରେ ବିରାଟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ଦଳ IPL ଫାଇନାଲରେ ହାରିବା ପରେ ଭାଙ୍ଗିପଡିଛନ୍ତି ମାଲିକାଣୀ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସମାନେ କମେଣ୍ଟ କରୁଛନ୍ତି।

RCB ଏବଂ ପଞ୍ଜାବ କିଙ୍ଗ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା। କାରଣ ଉଭୟ ଦଳ IPL ଫାଇନାଲରେ ପହଞ୍ଚିବା ପାଇଁ ୧୮ ବର୍ଷ ଅପେକ୍ଷା କରିଥିଲେ। ଏହା ଉଭୟ ପକ୍ଷ ପାଇଁ ପ୍ରଥମ ଟାଇଟଲ୍ ହୋଇଥାନ୍ତା। ଗୋଟିଏ ପଟେ RCB ଦଳ ସେଲିବ୍ରେସନ କରୁଥିଲା, ଅନ୍ୟପଟେ ପଞ୍ଜାବ ଟିମ୍‌ ନିରାଶ ଥିଲା। ପ୍ରୀତି ତାଙ୍କ ହସ ପଛରେ ନିଜ ଲୁହକୁ ଲୁଚାଇ ରଖିଥିଲେ। ସିଜିନ୍ ସାରା ଭଲ ପ୍ରଦର୍ଶନ ସତ୍ତ୍ୱେ, ଶେଷରେ ଲକ୍ଷ୍ୟ ପୂରଣ କରିପାରିନଥିଲା ଦଳ । ଆଉ ମ୍ୟାଚ୍ ହାରିବା ପରେ ପ୍ରୀତି ଏକ ଟ୍ରାଡିସନାଲ ଧଳା ଏବଂ ଲାଲ କୁର୍ତ୍ତା ପିନ୍ଧି ଷ୍ଟାଣ୍ଡରୁ ଓହ୍ଲାଇ ଆସି ଖେଳାଳିମାନଙ୍କୁ ଆଶ୍ବସନା ଦେଇଥିଲେ ।

ପ୍ରୀତି ଏବଂ ବିରାଟଙ୍କ ଫଟୋ ସେୟାର କରିବା ସମୟରେ ଜଣେ ପ୍ରଶଂସକ X ଲେଖିଥିଲେ, "ଭାଇ ଇଏ ମଧ୍ୟ ୧୮ ବର୍ଷ ଧରି ଅପେକ୍ଷା କରିଥିଲେ। ଅନ୍ୟ ଜଣେ ସେୟାର କରିଛନ୍ତି-ପ୍ରୀତିଜିଣ୍ଟାଙ୍କ ଆଖିରେ ଲୁହ ଦେଖାଯାଉଛି । 

ଆଉ ଜଣେ ଲେଖିଛନ୍ତି ସେ ପୁଣି ଥରେ ଭାଙ୍ଗି ପଡ଼ିଛନ୍ତି...ମୁଁ ୨୦୧୪ରେ ସମାନ ଦୃଶ୍ୟ ଦେଖିଥିଲି।

ଶେଷରେ ଜଣେ ୟୁଜର୍ସ ଲେଖିଛନ୍ତି, "ପ୍ରୀତି ଜିଣ୍ଟା ପାଇଁ ଦୁଃଖ ଅନୁଭବ କରୁଛି... ଏପରିକି ସେ ବହୁତ ଦିନ ଧରି ଅପେକ୍ଷା କରି ଆସୁଛନ୍ତି! ଭଲ ଖେଳିଛି ପଞ୍ଜାବ କିଙ୍ଗ୍ସ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.