ଟମାଟୋ ବିଗାଡିଲା ଖେଳ, ଭେଜ୍‌ ସହ ନନ୍ ଭେଜ୍ ଥାଳି ହେଲା ମହଙ୍ଗା

Published By : Prameya-News7 Bureau | August 08, 2023 IST

ନୂଆଦିଲ୍ଲୀ ୮।୮: ଗତ ୨ ମାସ ହେଲା ସାଧାରଣ ଜନତାଙ୍କ ଉପରେ ମୂଲ୍ୟ ବୃଦ୍ଧିର ଗୁରୁତର ପ୍ରଭାବ ପଡୁଛି। ଟମାଟର ସହିତ ସବୁଜ ପନିପରିବା, ମସଲା ଓ ଡାଲି ମୂଲ୍ୟ ବୃଦ୍ଧି ଯୋଗୁ ଭାରତୀୟ ରୋଷେଇରେ ଉଭୟ ସାକାହାରୀ ଓ ମାଂସାହାରୀ ଥାଳିର ମୂଲ୍ୟ ଢେର ବଢ଼ି ଯାଇଛି। ଏବେ ଥାଳି ବାବଦେ ହେଉଥବା ବ୍ୟୟ ନେଇ କ୍ରିସିଲ ପକ୍ଷରୁ ଯେଉଁ ତଥ୍ୟ ଜାରି କରାଯାଇଛି ସେଥିରେ ଜୁନ ତୁଳନାରେ ଜୁଲାଇରେ ଥାଳି ମୂଲ୍ୟରେ ଅନୁନ୍ୟ ୩୪ ପ୍ରତିଶତ ବୃଦ୍ଧି ହୋଇଛି।

୬ ମାସର ଉଚ୍ଚତମ ସ୍ତରକୁ ଛୁଇଁଲା ଗହମ ଦର, ଅଟା ହେବ ମହଙ୍ଗା!

କ୍ରିସିଲର ଏକ ରିପୋର୍ଟ ଅନୁସାରେ ଟମାଟରର ମୂଲ୍ୟ ବୃଦ୍ଧି ପ୍ଲେଟ୍‌ ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଇଛି। ଜୁଲାଇରେ ଟମାଟରର ମୂଲ୍ୟ ବୃଦ୍ଧି ଯୋଗୁ ଏହା ତୃତୀୟବାର ଯେବେ ସାକାହାରୀ ଥାଳି ମହଙ୍ଗା ହୋଇଛି। ଜୁଲାଇରେ ଟମାଟର ଦାମରେ ୨୩୩ ପ୍ରତିଶତ ବୃଦ୍ଧି ହୋଇଥିଲା। କେଜି ପିଛା ୩୩ ଟଙ୍କା ଦରରେ ବିକ୍ରି ହେଉଥିବା ଟମାଟର ଅଚାନକ ୧୧୦ଟଙ୍କାକୁ ପହଞ୍ଚିଥିଲା। ଯାହା ସାକାହାରୀ ସହ ମାଂସାହାରୀ ଥାଳି ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ପାଲଟିଥିଲା।

{"id":828201,"sizeSlug":"full","linkDestination":"none"}

କେବଳ ଟମାଟର ନୁହେଁ ଏହି ସମୟରେ ପିଆଜ ୯ ପ୍ରତିଶତ, ଆଳୁ ୧୬ ପ୍ରତିଶତ, ମରିଚ ୬୯ ପ୍ରତିଶତ ଓ ଜିରା ଦରରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ପ୍ଲେଟ ମୂଲ୍ୟ ମଧ୍ୟ ବଢି ଯାଇଛି। ଲଗାତାର ୩ ମାସରେ ସାକାହାରୀ ଥାଳି ମୂଲ୍ୟରେ ଏପରି ବୃଦ୍ଧି ହୋଇଛି। ୨୦୨୩-୨୪ରେ ପ୍ରଥମ ଥର ଯେବେ ବର୍ଷପରେ ବର୍ଷ ହାରରେ ସାକାହାରୀ ଥାଳି ଦର ମହଙ୍ଗା ହୋଇଛି।  ଏଥିରେ ମାଂସାହାରୀ ଥାଳି ଦର ମଧ୍ୟ ବଢିଛି, ତେବେ ମାସିକ ହିସାବରେ ଏଥିରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଜୁଲାଇରେ ବ୍ରଏଲର ଦରରେ ୩ରୁ ୫ପ୍ରତିଶତ ହ୍ରାସ ଦେଖାଯାଇଛି। ଯାହା ମାଂସାହାରୀ ପ୍ଲେଟ୍ ମୂଲ୍ୟକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଶସ୍ତା ହେଲା ସୁନା, କମିଲା ରୂପା ମୂଲ୍ୟ, ଜାଣନ୍ତୁ କେତେ ?

ସାକାହାରୀ ଥାଳିରେ ସାଧାରଣତଃ ଡାଲି, ରୁଟି ଓ ତରକାରୀ(ପିଆଜ, ଟମାଟର ଓ ଆଳୁ), ଦହି ଓ ସାଲାଡ ସାମିଲ ହୋଇଥାଏ। ରିପୋର୍ଟରେ ମାଂସାହାରୀ ଥାଳିରେ ମସୁର ଡାଲି ସ୍ଥାନରେ ଚିକେନ ରଖାଯାଇଛି। କ୍ରିସିଲଙ୍କ ମାସିକ ସୂଚକାଙ୍କରେ ମାସିକ ଆଧାରରେ ଖାଦ୍ୟ ତୈଳ ଦରରେ ୨ ପ୍ରତିଶତ ହ୍ରାସ ହେବା ସାମାନ୍ୟ ଆଶ୍ୱସ୍ତି କରିଥିବା କୁହାଯାଇଛି। କ୍ରିସିଲ ଉତ୍ତର,ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଭାରତରେ ବର୍ତ୍ତମାନର ଖାଦ୍ୟ ମୂଲ୍ୟ ଆଧାରରେ ହୋମ ପ୍ଲେଟ ପ୍ରସ୍ତୁତିରେ ହାରାହାରି ବ୍ୟୟର ହିସାବ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.