ବଲାଙ୍ଗିର ୨୨।୮: ଦିନେ ଯୁବ ନେତା ହୋଇ ଛାତ୍ରଛାତ୍ରୀଙ୍କ ସେବା କରିଥିଲେ । ପରେ ଉଚ୍ଚ ଶିକ୍ଷିତ ହୋଇ ସାଇଣ୍ଟିଷ୍ଟ ହୋଇ ବେଶ୍ ନାଁ କମାଇଲେ ଓ ଦେଶ ପାଇଁ କାମ କଲେ ଏବେ ସେ ନିଜ ସମାଜ ପାଇଁ କିଛି କରିବା ପାଇଁ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ହୋଇ ଏବେ ସମ୍ବଲପୁର ଡାଏସର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ଣ୍ୟ ମୂର୍ତ୍ତି ଖ୍ରୀଷ୍ଟଦାସ । ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ରହି ବିଜୟ ହାସଲ କରି କୋଷାଧ୍ୟକ୍ଷ ହେଲେ ।
ସମ୍ବଲପୁର ଧର୍ମାଞ୍ଚଳ ସିଏନଆଇ (ଉତ୍ତର ଭାରତ ଚର୍ଚ୍ଚ) ପକ୍ଷରୁ ତିନି ଦିନିଆ କାଉନସିଲ ମିଟିଂ ଖରିଆର ମିଶନ ଚର୍ଚ୍ଚ କ୍ୟାମ୍ପସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ୨ ବର୍ଷରେ ଥରେ ଏହି ନିର୍ବାଚନ ହୋଇଥାଏ । ସମ୍ପାଦକ ଭାବରେ ୬ ଜଣ ପ୍ରତିଦ୍ଵନ୍ଦ୍ବିତା କରିଥିଲେ । ସମୁଦାୟ ୨୨୮ ଜଣଙ୍କୁ ନେଇ ଅନୁଷ୍ଠିତ ଭୋଟ୍ରେ ଟିଟିଲାଗଡ଼ର ସୌମ୍ୟରଞ୍ଜନ ବାଗ ୫୯ ଖଣ୍ଡ ଭୋଟ୍ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସାରଦା ନନ୍ଦ ନାଗଙ୍କ ଠାରୁ ୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । କୋଷାଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ କନ୍ଧପାଲି, ବଲାଙ୍ଗିରର ପୂଣ୍ୟ ମୂର୍ତ୍ତି ଖ୍ରୀଷ୍ଟଦାସ ୮୩ ଭୋଟ୍ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସରୋଜ ବାଗଙ୍କୁ ମାତ୍ର ୧୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ତେବେ ୯ଟି ଚର୍ଚ୍ଚର ହଜାର ହଜାର ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ଗୁରୁଦାୟିତ୍ୱ ଏବେ କୋଷାକ୍ଷ୍ୟକ୍ଷଙ୍କ ହାତରେ । ତେବେ ଛାତ୍ରଜୀବନରୁ ସେବା ମନୋଭାବ ରଖି ଏବେ ଖ୍ରୀଷ୍ଟିଆନ ସମାଜ ଲୋକଙ୍କ ସେବା କରିବା ମନୋଭାବ ରଖିଛନ୍ତି ବିଜୟ ପ୍ରାର୍ଥୀ ।
You Can Read:
ଭଦ୍ରକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବର୍ଷାରେ ଭିଜି ଭିଜି ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଭେଟିଲେ