ଇଲହାନ ଓମାରଙ୍କୁ ଭେଟିଲେ ରାହୁଲ୍, ଆମେରିକାରେ ଭେଟ୍‌ଘାଟ, ଚର୍ଚ୍ଚା ଭାରତରେ

Published By : Prameya-News7 Bureau | September 11, 2024 IST

ନୂଆଦିଲ୍ଲୀ ୧୧/୦୯:  ୩ ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । ଆମେରିକୀୟ ସାଂସଦ ପ୍ରତିନିଧି ଦଳକୁ ଭେଟିଥିଲେ ରାହୁଲ୍ । ବୈଠକର କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ । ଯାହାକୁ ନେଇ ଆରମ୍ଭ ହୋଇଛି ତମ୍ୱି ତୋଫାନ । ଚର୍ଚ୍ଚା ଯେତିକି ବିବାଦ ବି ସେତିକି । ଖାସ୍ କରି ରାହୁଲ୍‌ଙ୍କୁ ଟାର୍ଗେଟ କରିଛି ବିଜେପି । କାରଣ ରାହୁଲଙ୍କ ସହ ଥିବା ମହିଳାଙ୍କୁ ନେଇ ରାଜନୀତି ହୁଲସ୍ତୁଲ । ମହିଳା ଜଣଙ୍କ କୁଆଡେ ଭାରତ ବିରୋଧୀ ? ହେଲେ କିଏ ଏହି ମହିଳା ? କଣ ତାଙ୍କର ପରିଚୟ ?...

ନା ତାଙ୍କର ଇଲହାନ ଓମାର । ପେଶାରେ ସେ ଜଣେ ଆମେରିକୀୟ ସାଂସଦ । ୨୦୧୯ରୁ ଆମେରିକାର କଂଗ୍ରେସର ଗଣତାନ୍ତ୍ରିକ ସଦସ୍ୟ ରହିଆସିଛନ୍ତି। ସେ ହେଉଛନ୍ତି ପ୍ରଥମ ଆଫ୍ରିକୀୟ ଶରଣାର୍ଥୀ ଯିଏ ନିର୍ବାଚନରେ ଜିତି ଆମେରିକା ସଂସଦରେ ପହଞ୍ଚିଥିଲେ। ସେ ମଧ୍ୟ ପ୍ରଥମ କୃଷ୍ଣକାୟ ମହିଳା ଯିଏକି ସଂସଦୀୟ ଆସନରେ ନିର୍ବାଚନ ଜିତିଛନ୍ତି । ଆମେରିକାର ସଂସଦରେ ପହଞ୍ଚିବାରେ ପ୍ରଥମ ଦୁଇ ମୁସଲମାନ-ଆମେରିକୀୟ ମହିଳାଙ୍କ ମଧ୍ୟରେ ଅଛନ୍ତି ସେ। ଇସ୍ରାଏଲ ବିରୋଧୀ ଆଭିମୁଖ୍ୟ ପାଇଁ ସେ ଆମେରିକାରେ ଜଣାଶୁଣା ।


୨୦୨୨ରେ ଇଲହାନ କାଶ୍ମୀର ଦଖଲ କରିଥିବା ପାକିସ୍ତାନ ଗସ୍ତ କରିଥିଲେ। ଆମେରିକାର ବାର୍ଷିକ ରିପୋର୍ଟରୁ ଜଣାପଡେ ଯେ ପାକିସ୍ତାନ ଇଲହାନଙ୍କ ଯାତ୍ରାକୁ ଯୋଗାଇଥିଲା ଫଣ୍ଡ । ୧୮ରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଇଲହାନ ଓମାରଙ୍କ ଯାତ୍ରା ପାଇଁ ଅର୍ଥ ପ୍ରଦାନ କରିଥିଲେ ପାକିସ୍ତାନ ସରକାର । ଯେଉଁଥିଲେ ଥିଲା ସେମାନଙ୍କ ରହିବା ଏବଂ ଖାଦ୍ୟ ଖର୍ଚ୍ଚ । ଖାଲି ସେତିକି ନୁହେଁ ଭାରତ ବିରୋଧୀ ବିଚାରଧାରା ବେଶ ଜଣାଶୁଣା ଇଲହାନ । ଆମେରିକା ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଭାଷଣକୁ ନାପସନ୍ଦ କରିଥିଲେ ସେ ।  

ଆହୁରି ବି ଇଲହାନ ଓମାର ବିଦେଶୀ ଫୋରମରୁ ଭାରତକୁ ଅନେକ ଥର କରିଛନ୍ତି ସମାଲୋଚନା । ଭାରତକୁ ସଂଖ୍ୟାଲଘୁ ବିରୋଧୀ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ବାଇଡେନ ପ୍ରଶାସନକୁ ଟାର୍ଗେଟ କରି  ଇଲହାନ ଓମାର କହିଥିଲେ ଦୀର୍ଘ ଦିନ ଧରି ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଛି ଅଭିଯାନ । ଆହୁରି ବି କହିଥିଲେ ଯେ ଭାରତରେ ମୁସଲମାନ ହେବା ଅପରାଧ ସଦୃଶ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.