ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିକୁ ମନୋନୀତ ହେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | August 16, 2023 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ଲୋକସଭା ସଦସ୍ୟ ପଦ ଫେରିବା ପରେ ତାଙ୍କୁ ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟି ମନୋନୀତ କରାଯାଇଛି। ରାହୁଲଙ୍କ ସହିତ କଂଗ୍ରେସ ସାଂସଦ ଅମର ସିଂହଙ୍କ ମଧ୍ୟ ମନୋନୀତ କରାଯାଇଛି। ସେହିପରି ନବ ନିର୍ବାଚିତ ଆପ୍ ସାଂସଦ ଶୁଶୀଲ କୁମାର ରିଙ୍କୁଙ୍କୁ କୃଷକ, ପ୍ରାଣୀ ପାଳନ, ଏବଂ ଖାଦ୍ୟପ୍ରକ୍ରିୟାକରଣ ଦିଗରେ କମିଟିକୁ ମନୋନୀତି କରାଯାଇଛି। ରିଙ୍କୁ ନିକଟରେ ଜଳନ୍ଧର ସଂସଦୀୟ ଆସନରୁ ଉପନିର୍ବାଚନରେ ବିଜୀୟ ହୋଇଛନ୍ତି। ସେ ଦଳର ଏକମାତ୍ର ସଂସଦ।

ସେହିପରି ମାର୍ଚ୍ଚରେ ଲୋକସଭା ସଦସ୍ୟତା ଫେରି ପାଇଥିବା ଏନସିପିର ଫୈଜଲ ପିପି ମହମ୍ମଦଙ୍କୁ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ କମିଟିରେ ମନୋନୀତ କରାଯାଇଛି।

ପଢ଼ନ୍ତୁ-ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ ଉପରେ ବିବାଦ, ବାଚସ୍ପତିଙ୍କ ପାଖରେ ପହଞ୍ଚିଲା ମାମଲା

ମାର୍ଚ୍ଚ ମାସରେ ରାହୁଲ ଗାନ୍ଧୀଙ୍କର ସଦସ୍ୟ ପଦ ଯିବା ପୂର୍ବରୁ ସେ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ ସଦସ୍ୟ ଥିଲେ। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରରେ ରାହୁଲ ମୋଦୀ ଉପନାମ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ସୁରତ କୋର୍ଟ ତାଙ୍କୁ ଦେଇଥିବା ଦଣ୍ଡରେ ରହିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ। ଏହାପରେ ଅଗଷ୍ଟ ୭ ତାରିଖରେ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରିଥିଲା

ଗୁଜୁରାଟ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ମାର୍ଚ୍ଚ ୨୪ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ଭାବରେ ଅଯୋଗ୍ୟ ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.