ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଲାଗି ରହିଛି । ଏନସିପିରେ ଅଜିତ୍ ପାଓ୍ବାରଙ୍କ ଗୋଷ୍ଠୀ ବିଦ୍ରୋହ କରି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । ମୋଟ୍ ୯ଜଣ ବାଗି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେପଟେ ବୁଧବାର ଶରଦ ପାଓ୍ବାର ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଏହି ରାଜନୈତିକ ହାଇଡ୍ରାମା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଏନଏନଏସ ମୁଖ୍ୟ ରାଜ୍ ଠାକରେ। ଶରଦ ପାଓ୍ବାରଙ୍କ ଇସାରାରେ ଏସବୁ ହୋଇଛି ବୋଲି ସେ କହିଛନ୍ତି ।
wp:embed {"url":"https://www.prameyanews7.com/chief-sharad-pawar-ajit-faction-to-hold-meeting-today/","type":"wp-embed","providerNameSlug":"prameya-news-7"} /wp:embedଏନସିପି ବରିଷ୍ଠ ନେତା ଅଜିତ୍ ପାଓ୍ବାର ସମେତ ୮ ବିଧାୟକ ସିନ୍ଦେ ସରକାରରେ ସାମିଲ ହେବା ବଡ଼ ଘୃଣ୍ୟ କାମ । ରାଜ୍ୟ ଭୋଟରଙ୍କ ପାଇଁ ଏହା ଅପମାନ । ଏହି ଘଟଣାକ୍ରମ ପଛରେ ନିଜେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଥାଇପାରନ୍ତି ବୋଲି କହିଛନ୍ତି । ମହାରାଷ୍ଟ୍ରରେ ଏଭଳି ରାଜନୀତି ଏନସିପି ମୁଖ୍ୟ ଶରଦ ପାଓ୍ବାର ଆରମ୍ଭ କରିଥିଲେ । ପ୍ରଥମ ଥର ୧୯୭୮ରେ ପୁରୋଗାମୀ ଲୋକଶାହି ଦଳ ସରକାରର ପ୍ରୟୋଗ କରିଥିଲେ । ମହାରାଷ୍ଟ୍ରବାସୀ ଏଭଳି ରାଜନୀତି ପୂର୍ବରୁ ଦେଖିନଥିଲେ । ସମସ୍ତ ଘଟଣା ପାଓ୍ବାର ଆରମ୍ଭ କରିଥିଲେ ଏବଂ ଏହା ପାଓ୍ବାରଙ୍କ ସହିତ ସମାପ୍ତ ହୋଇଥିଲା । ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ଯେଉଁ ରାଜନୀତି ଚାଲିଥିଲେ, ସେଠାରେ ଶରଦ ପାଓ୍ବାରଙ୍କ ହାତ ଥିବା ଆଶଙ୍କ ପ୍ରକାଶ କରିଛନ୍ତି ଏମଏମଏସ ମୁଖ୍ୟ ରାଜ୍ ଠାକରେ । ସେହିପରି କହିଛନ୍ତି, ପ୍ରଫୁଲ୍ଲ ପଟେଲ୍, ଦିଲ୍ଲୀପ ଓ୍ବାଲ୍ସେ ପାଟିଲ୍ ଏବଂ ଛଗନ ଭୂଜଭଳି ଏଭଳି ନେତା ନୁହଁନ୍ତି ଯିଏ ଅଜିତ୍ ପାଓ୍ବାରଙ୍କ ସହିତ ଚାଲିଯିବେ ।
ସେହିପରି ରାଜ୍ ଠାକରେ କହିଛନ୍ତି, ଅଜିତଙ୍କ ଗୋଷ୍ଠୀର ଦୁଇ ବିଧାୟକ ଓ ଜଣେ ସାଂସଦ ଶରଦ ପାଓ୍ବାର ଗୋଷ୍ଠୀକୁ ଫେରିଆସିଛନ୍ତି । ସତାରା ବିଧାୟକ ମକରନ୍ଦ ପାଟିଲ୍ ଓ ଉତ୍ତର କରାଡ଼ ବିଧାୟକ ବାଲାସାହେବ ପାଟିଲ୍ ଅଜିତ୍ ପାଓ୍ବାରଙ୍କ ହାତ ଛାଡ଼ି ଦେଇଛନ୍ତି ।