ରାଜସ୍ଥାନରେ ଜିତିଲେ ମହାରାଣୀ; ୫୧ ହଜାର ଭୋଟରେ ବସୁନ୍ଧରା ରାଜେ ବିଜୟୀ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ରାଜସ୍ଥାନରେ ପୁଣି ପରିବର୍ତ୍ତନ । କଂଗ୍ରେସକୁ ଚେକ୍ ଦେଇଛି ବିଜେପି । ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ସୁଦ୍ଧା ୧୧୭ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ୬୭ ସିଟ୍‌ରେ ଆଗରେ ରହିଛି । ରାଜସ୍ଥାନରେ ପ୍ରଥମ ବିଜୟ ଦେଉଛନ୍ତି ବିଜେପି ପ୍ରାର୍ଥୀ ବା ରାଣୀ ବସୁନ୍ଧରା ରାଜେ । ଝାଲରାପାଟନ ବିଧାନସଭା ଆସନରୁ ସେ ୫୧, ୧୯୩ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି  । ତାଙ୍କୁ ୧, ୩୮, ୮୩୧ ଭୋଟ୍ ସହିତ ଲୋକଙ୍କ ଜନାଦେଶ ମିଳିଛି । ତାଙ୍କ ବିପକ୍ଷରେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ରାମଲାଲଙ୍କୁ ୮୫, ୬୩୮ ଖଣ୍ଡ ଭୋଟ୍ ମିଳିଛି । ସେହିପରି ବହୁ ଜନ ସମାଜବାଦୀ ପାର୍ଟି ମକାସୁଦଙ୍କୁ ମାତ୍ର ୩, ୪୩୧ ଭୋଟ୍ ମିଳିଛି ।

wp:embed {"url":"https://www.prameyanews7.com/election-reslut-update-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/election-reslut-update-today/
/wp:embed

ବସୁନ୍ଧରା ରାଜେ ପ୍ରଥମ ଥର ପାଇଁ ୧୯୮୫ରେ ଧୋଲାପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ଏହି ସିଟ୍‌ରୁ ସେ ୨୩ ହଜାର ମାର୍ଜିନ ଭୋଟରେ ବିଜୟ ଲାଭ କରିଥିଲେ । ମାତ୍ର ୧୯୯୩ରେରେ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟ ମଳିଥିଲା । ଏହା ପରେ ୨୦୦୩ରୁ ବସୁନ୍ଧରା ରାଜେ ଝାଲଓ୍ବାଡର ଝାଲରାପାଟନ ବିଧାନସଭା ଆସନରୁ ଲଗାତାର ଜିତି ଆସୁଛନ୍ତି ।   

wp:embed {"url":"https://www.prameyanews7.com/telangana-assembly-election-result-congress-should-be-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/telangana-assembly-election-result-congress-should-be-win/
/wp:embed

ସେହିପରି ଜୟପୁରର ରାଜକୁମାରୀ ତଥା ବିଜେପି ପ୍ରାର୍ଥୀ ଦିୟା କୁମାରୀ ବିଦ୍ୟାଧରନଗର ବିଧାନସଭା ସିଟରୁ ନିର୍ବାଚନ ଲଢିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ କଂଗ୍ରେସ ପ୍ରାର୍ଥୀ ସୀତାରାମ ଅଗ୍ରଓ୍ବାଲଙ୍କ ଠାରୁ ୭୧, ୩୬୮ ଭୋଟରେ ଆଗରେ ରହିଛନ୍ତି ।

ସେହିପରି କୋଟା ମହାରାଣୀଙ୍କ ଜନଦେଶ ମିଳିବାକୁ ମିଳିବାକୁ ଯାଉଛି । ମହାରାଣୀ କଳ୍ପନା ଦେବୀ ଲାଡୁପୁରା ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ସେ ୨୫ ହଜାର ଭୋଟ୍ ସହିତ ଆଗରେ ଚାଲୁଛନ୍ତି । ୨୦୧୮ରେ କଳ୍ପନା ଦେବୀ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ ଏବଂ ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.