ପନ୍ତଙ୍କ ଶତକ ଉପରେ ଭାରୀ ପଡ଼ିଲା ଜିତେଶଙ୍କ ୮୫ ରନ୍, ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ

Published By : Prameya-News7 Bureau | May 27, 2025 IST

ଲକ୍ଷ୍ନୌ: ଜିତେଶ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ବେଙ୍ଗାଲୁରୁ ନିଜ ଆଇପିଏଲ୍ ଇତିହାସର ସବୁଠୁ ବଡ଼ ଲକ୍ଷ୍ୟ ହାସଲ କରିଛି । ୧୮.୪ ବଲରେ ୪ ୱିକେଟ୍ ହରାଇ ୨୩୦ ରନର୍ କରିଛି ଆରସିବି । ଏହାସହ ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହି କ୍ୱାଲିଫାୟାର-୧ରେ ନିଜ ସ୍ଥାନ ପକ୍କା କରିଛି । ଏବେ କ୍ୱାଲିଫାୟାର-୧ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

୨୨୮ ରନର୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆରସିବି ପାଇଁ ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୬୧ ରନ୍ ପାର୍ଟନରଶିପ୍ ହୋଇଥିଲା । ଫିଲିପ ସଲ୍ଟ ୩୦, ବିରାଟ କୋହଲି ୫୪, ରଜତ ପାଟିଦାର ୧୪ କରି ଆଉଟ୍ ହୋଇଥିଲେ । ତେବେ ମୟଙ୍କ ଅଗ୍ରୱାଲ ଓ ଜିତେଶ ଶର୍ମା ମ୍ୟାଚକୁ ଜିତାଇଥିଲେ । ଅଗ୍ରୱାଲ ୪୧ ଓ ଜିତେଶ ଶର୍ମା ୮୫ ରନ୍ କରି ଅପରାଜିତ ରହିଥିଲେ ।

ପ୍ରଥମ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଲକ୍ଷ୍ନୌକୁ ୨୫ ରନରେ ପ୍ରଥମ ଝଟକା ଲାଗିଥିଲା । ମାଥ୍ୟୁ ବ୍ରିଟଜ୍‌କେଙ୍କୁ ନୁୱାନ ତୁଷାରା ବୋଲ୍ଡ କରିଥିଲେ । ସେ ୧୪ ରନ୍ କରିବା ପରେ ଆଉଟ ହୋଇଥିଲେ । ଏହାପରେ ତୃତୀୟ ନମ୍ବରରେ ଆସିଥିବା ଅଧିନାୟକ ରିଷଭ ପନ୍ତ ପାଳି ସମ୍ଭାଳିଥିଲେ । ସେ ମିଚେଲ୍ ମାର୍ଶଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୧୫୨ ରନର ଏକ ବିଶାଳ ଭାଗିଦାରୀ କରିଥିଲେ । ମାର୍ଶ ୩୭ ବଲ୍‌ରେ ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୭ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ରିଷଭ ପନ୍ତ ୫୪ ବଲରେ ତାଙ୍କ IPL କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ । ସେ ୬୧ ବଲ୍‌ରେ ୧୧ ଚୌକା ଏବଂ ୮ ଛକା ସହାୟତାରେ ୧୧୮ ରନ୍ କରିବା ସହ ଟିମ ୨୨୭ ରନ୍ କରିଥିଲା । ଆରସିବି ପକ୍ଷରୁ ନୁୱାନ ତୁଷାରା, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.