ନୂଆଦିଲ୍ଲୀ: ୧୫ ମାସର ରେକର୍ଡ ଭାଙ୍ଗିଲା ଖୁଚୁରା ମୁଦ୍ରା ସ୍ଫୀତି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତରେ ପହଞ୍ଚିଛି। ଗତ ଜୁନ ମାସରେ ଏହା ୪.୮୧ ପ୍ରତିଶତ ଥିବା ବେଳେ ଦୁଲାଇରେ ୧୫ ମାସରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଲା ମୁଦ୍ରାସ୍ଫୀତି।
ଖାଦ୍ୟପେୟ ସାମଗ୍ରୀର ଆକାଶ ଛୁଆଁ ଦର। ଲଗାଇ ଲଗାଇବାରେ ବିଫଳ ସରକାର। ଏଥିପାଇଁ ଏଭଳି ସ୍ଥିତି ଉପୁଜିଛି। ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ଆରବିଆଇର ଟଲରେନ୍ସ ବ୍ୟାଣ୍ଡର ମାପକ ୬ ପ୍ରତିଶତକୁ ଏହା ଅତିକ୍ରମ କରିଛି। ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୭.୬୩ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୭.୨୦ ପ୍ରତିଶତ ରହିଛି।
ପରସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଡାଟା ଅନୁସାରେ, ଜୁଲାଇରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାରରେ ବହୁତ ବଢ଼ିଯାଇଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୧୧.୫୧ ପ୍ରତିଶତ ରହିଥିଲା। ଯାହା ଗତ ଜୁନ ମାସରେ ୪.୪୯ ପ୍ରତିଶତ ଥିଲା। ଅର୍ଥାତ୍ ଗୋଟିଏ ମାସରେ ଖାଦ୍ୟବସ୍ତୁର ମୁଦ୍ରାସ୍ଫୀତି ପାଖାପାଖି ଦୁଇଗୁଣ ବଢ଼ିଯାଇଛି।
ଜୁଲାଇ ମାସରେ ପନିପରିବାର ମୁଦ୍ରାସ୍ଫୀତି ହାର ୩୭.୩୪ ପ୍ରତିଶତ ରହିଥିଲା। ଯାହା ଜୁନ୍ ୨୦୨୩ ରେ -୦.୯୩ ପ୍ରତିଶତ ଥିଲା। ଅର୍ଥାତ୍ ମାସକ ମଧ୍ୟରେ ପନିପରିବା ମୁଦ୍ରାସ୍ଫୀତି ହାରରେ ୩୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସେହିପରି ଡାଲିର ମୁଦ୍ରାସ୍ଫୀତି ହାର ୧୨.୨୭ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୧୦.୫୩ ପ୍ରତିଶତ ଥିଲା। ମସଲାରେ ମୁଦ୍ରାସ୍ଫୀତି ହାର ୨୧.୫୩ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୧୯.୧୯ ପ୍ରତିଶତ ଥିଲା।
କ୍ଷୀର ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୩୪ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୮.୫୬ ପ୍ରତିଶତ ଥିଲା। ଖାଦ୍ୟ ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୧୩.୦୪ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ ୧୨.୭୧ ପ୍ରତିଶତ ଥିଲା। ତେଲ ଏବଂ ଚର୍ବିର ମୁଦ୍ରାସ୍ଫୀତି ହାର -୧୬.୮୦ ପ୍ରତିଶତ ହୋଇଛି, ଯାହା ଜୁନ୍ ମାସରେ -୧୮.୧୨ ପ୍ରତିଶତ ଥିଲା।
{"width":837,"height":472}ଗତ ବର୍ଷ ମେ ୨୦୨୨ ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଅତିକ୍ରମ କରିବା ପରେ, ଆରବିଆଇ ରେପୋରେଟ ହାର ବୃଦ୍ଧି କରିଥିଲା। ରେପୋ ହାର ୪ ପ୍ରତିଶତରୁ ୬.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ତେବେ ମେ ୨୦୨୩ରେ, ଖୁଚୁରା ମୁଦ୍ରାସ୍ଫୀତି ହାର ୪.୨୫ ପ୍ରତିଶତକୁ ଖସି ଆସିବାରୁ ମହଙ୍ଗା ଇଏମ୍ଆଇରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୁଣିଥରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଅତିକ୍ରମ କରିବା ପରେ, ମହଙ୍ଗା ଇଏମ୍ଆଇରୁ ମୁକ୍ତି ପାଇବା ଆଶା ମଉଲି ଯାଇଛି। କାରଣ ମୁଦ୍ରାସ୍ଫୀତି ହାର ଆରବିଆଇର ଟଲରାନ୍ସ ବ୍ୟାଣ୍ଡ(ଆର୍ବିଆଇ ସ୍ଥିର କରିଥିବା ମୁଦ୍ରାସ୍ଫୀତି ମାନକ)କୁ ପାର୍ କରିଛି।
{"width":838,"height":516}ପଢ଼ନ୍ତୁ-ନେପାଳ ଟମାଟର ଭାରତରେ ହ୍ରାସ କରିବ ମୂଲ୍ୟ ବୃଦ୍ଧି, ଜାଣନ୍ତୁ ଏହି ପଡୋଶୀ ଦେଶରୁ ଆଉ କ’ଣ ସବୁ ହୁଏ ଆମଦାନୀ?