ନୂଆଦିଲ୍ଲୀ: ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇଲାନ ଜୁନ ୭ରୁ ଲଣ୍ଡନର ଦ ଓଭାଲରେ ଖେଳାଯିବ । ଟେଷ୍ଟ ରାଙ୍କିଂରେ ନମ୍ୱର ୱାନ୍ ଥିବା ଟିମ୍ ଇଣ୍ଡିଆ ଭେଟିବ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ । ତେବେ ଲଢେଇ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସେହି ଭାରତୀୟଙ୍କ ନାଁ କହିଛନ୍ତି, ଯେଉଁମାନେ ଫାଇନାଲରେ ତାଙ୍କ ଟିମ ବିପକ୍ଷରେ ବିଜୟର ସୂତ୍ରଧର ହୋଇପାରନ୍ତି ।
ଭାରତୀୟ ଟିମରେ ଷ୍ଟାର ବ୍ୟାଟରଙ୍କ ଲାମ୍ୱା ତାଲିକା ରହିଛି । ଟିମରେ ଇନଫର୍ମ ବ୍ୟାଟର ଶୁଭମନ ଗିଲ୍, କ୍ୟାପ୍ଟେନ ରୋହିତ ଶର୍ମା, ବିରାଟ କୋହଲି, ଚେତେୱାର ପୂଜାରା, ଆଜିଙ୍କ୍ୟା ରାହାଣେଙ୍କ ପରି ମ୍ୟାଚ୍ ୱିନର ଅଛନ୍ତି । ତେବେ ଅଷ୍ଟ୍ରେଲିଆ ପାଇଁ ପୂଜାରା ଏବଂ କୋହଲି ଅଧିକ ଘାତକ ହୋଇପାରନ୍ତି ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ପଣ୍ଟିଂ କହିଛନ୍ତି । ଆଇସିସି ରିଭ୍ୟୁରେ ପ୍ରତିକ୍ରିୟା ଦେଇ ପଣ୍ଟିଂ ଏହି କଥା କହିଛନ୍ତି ।
ଆଇସିସି ରିଭ୍ୟୁରେ ପଣ୍ଟିଂ କହିଛନ୍ତି, 'ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଷ୍ଟ୍ରେଲିଆ ଟିମ୍ ବିରାଟଙ୍କ ବିଷୟରେ ରଣନୀତି କରିବ ଏବଂ ସେମାନେ ପୂଜାରାଙ୍କ କଥା ମଧ୍ୟ ଧ୍ୟାନରେ ରଖିବେ । ଏହି ଦୁହେଁ, ବଡ଼ ବ୍ୟବଧାନ ସୃଷ୍ଟି କରିପାରନ୍ତି'।
{"id":796299,"width":838,"height":471,"sizeSlug":"full","linkDestination":"none"}ସେ କହିଛନ୍ତି, 'ପୂଜାରା ଅତୀତରେ ଅଷ୍ଟ୍ରେଲିଆରେ ତାଙ୍କ ଟିମ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ଏହି ୱିକେଟ୍ ସମ୍ଭବତଃ ଅଷ୍ଟ୍ରେଲିଆ ପିଚ୍ ପରି ରହିବ । ସେମାନେ ଜାଣନ୍ତି ତାଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡ଼ିବ । ଅନ୍ୟପଟେ ବିରାଟ କୋହଲି ଟି ୨୦ କ୍ରିକେଟରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଫେରୁଛନ୍ତି । ଏହା ଅଷ୍ଟ୍ରେଲିଆ ଟିମ୍ ପାଇଁ ଏହି ମ୍ୟାଚରେ ଏକ ଅଶୁଭ ଚେତାବନୀ ହୋଇପାରେ' ।
wp:headingREAD ALSO: IPL ୧୦ ଟିମ୍ଙ୍କ ମାଲିକ କିଏ ? କେତେ ସମ୍ପତ୍ତିର ମାଲିକ ସମସ୍ତ ଟିମ୍
/wp:headingଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଏବଂ ପୂଜାରାଙ୍କ ରେକର୍ଡ ବେଶ ଦମଦାର ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ପୂଜାରାଙ୍କ ଅଭେରେଜ୍ ୫୦.୮୨ ରହିଛି । ଏଥିରେ ୫ ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ । ସେହିପରି ବିରାଟ କୋହିଲଙ୍କ ଆଭେରେଜ ୪୮.୨୬ ରହିଛି । ଏଥିରେ ତାଙ୍କର ୧୧ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।