ମଝି ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | August 12, 2025 IST

ଚୌଦ୍ୱାର ୧୨।୦୮ :  ମଝି ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ପଶ୍ଚିମବଙ୍ଗ ପୁରୁଲିଆରୁ ପୁରୀ ଯାଉଥିବା ଏକ କାର କଟକ ଟାଙ୍ଗୀ ନିର୍ଗୁଣ୍ଡି ଓଭର ବ୍ରିଜ ଉପରେ ଜଳି ଯାଇଛି। ତେବେ ଗାଡ଼ିରେ ଥିବା ଗୋଟିଏ ପରିବାରର ୫ଜଣ ଯାତ୍ରୀ ଅଳ୍ପକେ ବଞ୍ଚିଯାଇଛନ୍ତି। ଏକ ଟ୍ରକ୍ ଗାଡ଼ି ଆଗକୁ ଆସିଯିବା ଯୋଗୁ ଡ୍ରାଇଭର ବ୍ରେକ୍ ମାରିଦେଇଥିଲେ। ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଚୌଦ୍ଵାର ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଟାଙ୍ଗୀ ପୋଲିସ ଗାଡିକୁ ଥାନାକୁ ନେଇଛି। ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଘରକୁ ଯିବା ବ୍ୟବସ୍ଥା କରିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.