ନୂଆଦିଲ୍ଲୀ ୧୭/୦୫: ତିନି ବର୍ଷ ମଧ୍ୟରେ ପ୍ରଥମ ଥର । ଯୁଦ୍ଧ ଭିତରେ ଇସ୍ତାନବୁଲରେ ଉଭୟ ଉଭୟଙ୍କୁ ଭେଟିରେ ଋଷ ଓ ୟୁକ୍ରେନ । ଉଭୟଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା । କିନ୍ତୁ ଯୁଦ୍ଧବିରତି ଉପରେ କୌଣସି ସହମତି ହୋଇପାରିଲା ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରୟାସ ସତ୍ତ୍ୱେ, ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । କିନ୍ତୁ ଏହାର କୌଣସି ଠୋସ୍ ରେଜଲ୍ଟ ମିଳିନି । ତଥାପି, ଏକ ହଜାର ଯୁଦ୍ଧବନ୍ଦୀଙ୍କ ବିନିମୟ ପାଇଁ ଏକ ଚୁକ୍ତିନାମା ହୋଇଥିଲା । ଯାହା ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଚୁକ୍ତିନାମା ହେବ।
ୟୁକ୍ରେନୀୟ ପ୍ରତିନିଧିଙ୍କ ଅନୁଯାୟୀ, ମସ୍କୋ ଏପରି ସର୍ତ୍ତ ରଖିଥିଲା ଯାହା କଳ୍ପନା କରାଯାଇପାରିବ ନାହିଁ। ଯୁଦ୍ଧବିରତି ପୂର୍ବରୁ ୟୁକ୍ରେନ ଏହାର କିଛି ଅଞ୍ଚଳ ପ୍ରତ୍ୟାହାର କରୁ ବୋଲି ଋଷ ଚାହୁଁଥିଲା, ଯାହାକୁ କିଭ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଋଷ ପକ୍ଷରୁ ବୈଠକର ନେତୃତ୍ୱ ନେଇଥିବା ଭ୍ଲାଦିମିର ଜେଲେନସ୍କି କହିଛନ୍ତି, "ଆମେ ସହମତ ହୋଇଛୁ ଯେ ଉଭୟ ପକ୍ଷ ଏକ ସମ୍ଭାବ୍ୟ ଯୁଦ୍ଧବିରତି ଉପରେ ସେମାନଙ୍କର ମତାମତ ଦେବେ। ତଥାପି, ୟୁକ୍ରେନ ଏହି ଦାବିଗୁଡ଼ିକରେ ରାଜି ହୋଇନଥିଲା।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ଶେଷ ହେବା ମାତ୍ରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ ଯଦି ଋଷ ଯୁଦ୍ଧ ବିରତିରେ ରାଜି ନହୁଏ, ତେବେ ପଶ୍ଚିମ ଦେଶଗୁଡ଼ିକ କଠୋର କଟକଣା ଲାଗୁ କରିବା ଉଚିତ । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ମଧ୍ୟ ଋଷର ସ୍ଥିତିକୁ ସ୍ପଷ୍ଟ ଭାବରେ ଅଗ୍ରାହ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କୁ ସେମାନଙ୍କର ପ୍ରତିକ୍ରିୟା ବିଚାର କରିବାକୁ କହିଛନ୍ତି।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ପୁଟିନଙ୍କୁ ସିଧାସଳଖ ଭେଟିବାକୁ ଚାହାଁନ୍ତି । କିନ୍ତୁ ତାଙ୍କର ବ୍ୟସ୍ତତା ଯୋଗୁଁ ତୁର୍କୀ ଯାଇପାରିବେ ନାହିଁ। ସେ ଏୟାର ଫୋର୍ସ ୱାନରେ କହିଥିଲେ, 'ମୁଁ ଏବଂ ପୁଟିନ ମୁହାଁମୁହିଁ ନ ବସିବା ପର୍ଯ୍ୟନ୍ତ କିଛି ହେବ ନାହିଁ ।' ପୁଟିନ ପୂର୍ବରୁ ଜେଲେନସ୍କିଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବା ପାଇଁ ଇଙ୍ଗିତ ଦେଇଥିଲେ । କିନ୍ତୁ ଇସ୍ତାନବୁଲ ଆଲୋଚନାରେ ଯୋଗ ଦେଇ ନଥିଲେ।