ସ୍ୱିଡେନ୍ ଉପକୂଳରେ ନଜର ଆସିଲା ରୁଷର ଗୁପ୍ତଚର ତିମି, ୪ ବର୍ଷ ତଳେ ଥିଲା ଖବରର କେନ୍ଦ୍ରବିନ୍ଦୁ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ: ରୁଷ ନୌସେନା ଦ୍ୱାରା କଥିତ ପ୍ରଶିକ୍ଷଣ ପ୍ରାପ୍ତ ଗୁପ୍ତଚର ବେଲୁଗା ତିମି ରବିବାର ସ୍ୱିଡେନର ଉପକୂଳରେ ଦେଖିବାକୁ ମିଳିଛି । ୨୦୧୯ରେ ଏହି ଗୁପ୍ତଚର ତିମି ସାରା ବିଶ୍ୱର ଖବରର କେନ୍ଦ୍ର ପାଲଟିଥିଲା । ସେହି ସମୟରେ ଏହାକୁ ନରୱେର ସମୁଦ୍ରକୂଳରେ ଲୋକେ ଦେଖିବାକୁ ପାଇଥିଲେ । ତିମିକୁ ରୁଷ ନୌସେନା ପ୍ରଶିକ୍ଷଣ ଦେଇଥିବା ଦାବି କରାଯାଉଛି କାରଣ ଏହାର ବେକ ପାଖରେ ମଣିଷ ତିଆରି ବେଲ୍ଟ ରହିଛି ।

ଏହି ତିମିକୁ ୨୦୧୯ରେ ନରୱେର ଉତ୍ତର ଭାଗରେ ଥିବା ଫିନମାର୍କରେ ଦେଖିବାକୁ ମିଳିଥିଲା । ପ୍ରାୟ ୩ ବର୍ଷ ଧୀରେ-ଧୀରେ ବୁଲୁଥିବା ନଜର ଆସିଥିଲା । ନରୱେ କୋଷ୍ଟଲାଇନର ଶୀର୍ଷ ଅଧା ଅଞ୍ଚଳ ବୁଲିବା ପାଇଁ ତିମିଟି ତିନି ବର୍ଷ ବର୍ଷରୁ ଅଧିକ ନେଇଥିଲା । ତେବେ ନିକଟ କିଛି ମାସରେ ହଠାତ୍ ନିଜ ଗତି ବଢାଇ ବଳକା ଭାଗ ଅତିକ୍ରମ କରି ସ୍ୱିଡେନରେ ପହଞ୍ଚିଥିବା ରିପୋର୍ଟରେ ଦାବି କରାଯାଇଛି ।

{"id":795257,"width":840,"height":472,"sizeSlug":"full","linkDestination":"none"}

ୱାନହ୍ୱିଲ ସଂଗଠନର ଜଣେ ସାମୁଦ୍ରିକ ଜୀବବିଜ୍ଞାନୀ କହିଛନ୍ତି, 'ହଠାତ ହ୍ୱିଲଟି କାହିଁକି ନିଜ ଗତକୁ ବଢାଇଲା ତାହା ଆମେ ମଧ୍ୟ ଜାଣି ନାହୁଁ । ସାମୁଦ୍ରିକ ଜୀବବିଜ୍ଞାନୀ ସେବାଷ୍ଟିଆନ ଷ୍ଟ୍ରାଣ୍ଡ କହିଛନ୍ତି, ଏହା ଆଶ୍ଚର୍ଯ୍ୟକର କାରଣ ତିମିଟି ନିଜ ମୂଳ ପରିଶେଷଠାରୁ ଦ୍ରୁତ ଗତି ଦୂରେଇ ଯାଉଛି'।

ଷ୍ଟ୍ରାଣ୍ଡ କହିଛନ୍ତି, 'ଜଣେ ସାଥୀ ଖୋଜିବା ପାଇଁ ହୋରମନ ଦ୍ୱାରା ଏହା ପ୍ରେରିତ ହୋଇପାରେ । କିମ୍ୱା ଏକୁଟିଆପଣ ଯୋଗୁଁ ମଧ୍ୟ ଏପରି ହୋଇପାରେ, କାରଣ ବେଲୁଗା ଏକ ସାମାଜିକ ପ୍ରଜାତି ଅଟେ । ଅନ୍ୟ ବେଲୁଗା ତିନି ଅନ୍ୱେଷଣରେ ସେ ଯାତ୍ରାରେ ବାହାରି ଥାଇପାରେ'। ଏହି ବେଗୁଲା ହ୍ୱିଲ ବୟସ ୧୩-୧୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଏହି ବୟସରେ ବେଗୁଲା ତିମିର ହୋରମନ ଅଧିକ ରହିଥାଏ ।

READ ALSO

wp:embed {"url":"https://www.prameyanews7.com/many-buildings-damaged-in-moscow-after-a-group-of-drone-invade/","type":"wp-embed","providerNameSlug":"prameya-news-7"}
https://www.prameyanews7.com/many-buildings-damaged-in-moscow-after-a-group-of-drone-invade/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.