ରାଜସ୍ଥାନରେ ପରାଜୟ ସ୍ୱୀକାର କଲା କଂଗ୍ରେସ; ହେଲେ ବିପୁଳ ବିଜୟ ହାସଲ କଲେ ସଚିନ ପାଇଲଟ

Published By : Prameya-News7 Bureau | December 03, 2023 IST

ଜୟପୁର: ରାଜସ୍ଥାନରେ କଂଗ୍ରେସ ପରାଜୟ ସ୍ୱୀକାର କରି ସାରିଛି। ଆଉ ଏହି ଶୋଚନୀୟ ପରାଜୟ ପାଇଁ ସମସ୍ତେ ପରୋକ୍ଷରେ ଦଳୀୟ କନ୍ଦଳ ଓ ସଚିନ ପାଇଲଟଙ୍କୁ ଦାୟୀ କରୁଛନ୍ତି।  ହେଲେ ସଚିନ ପାଇଲଟ କିନ୍ତୁ ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ପାଇଁ ନିର୍ବାଚନ ବିଜୟୀ ହୋଇଛନ୍ତି।

ଟୋଙ୍କ ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ଏଠାରେ ସେ ୩୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ଆରମ୍ଭରୁ ଏହି ଆସନରୁ ପାଇଲଟ୍‌ ପଛରେ ପଡ଼ିଯାଇଥିଲେ। ସମସ୍ତେ ଭାବୁଥିଲେ ସେ ନିର୍ବାଚନ ହାରିଯିବେ। ହେଲେ ଶେଷ ବେଳକୁ ସେ ଜିତିଲେ। ଆଉ ବଡ଼ ବ୍ୟବଧାନରେ ଜିତିଲେ। ନିର୍ବାଚନ କମିଶନ ସଚିନଙ୍କ ବିଜୟ ନେଇ ଘୋଷଣା କରିଛନ୍ତି।

ପଢ଼ନ୍ତୁ-ରାଜସ୍ଥାନରେ ବିଫଳତା ପରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ: କ’ଣ କହିଲେ ଜାଣନ୍ତୁ

wp:html /wp:html

ନିର୍ବାଚନରେ ବିପୁଳ ବିଜୟ ପରେ ପାଇଲଟ୍ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଜନାଦେଶ ପାଇଁ ରାଜସ୍ଥାନବାସୀଙ୍କୁ ସେ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୋସିଆଲ୍ ମିଡିଆ ସାଇଟ୍‌ରେ ଏକ୍ସରେ ପାଇଲଟ୍ ଲେଖିଛନ୍ତି “ ପୁଣି ଥରେ ଏହି ଅଞ୍ଚଳରେ ଭୋଟରମାନେ ମୋତେ ଆଶୀର୍ବାଦ ଦେଇଛନ୍ତି। ଏଠାରୁ କଂଗ୍ରେସକୁ ବଡ଼ ବିଜୟ ମିଳିଛି। ମୁଁ ଏହି ବିଜୟକୁ ଟୋଙ୍କ ବିଧାନସଭାର ଜନତା ଓ କାର୍ଯ୍ୟକର୍ତ୍ତାଙ୍କୁ ସମର୍ପିତ କରୁଛି। ଆପଣଙ୍କର ସମର୍ଥନ ଏବଂ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ। ତୁମର ସମସ୍ତ ସହଯୋଗରେ ଟୋଙ୍କରେ ବିକାଶର ଗତି ଜାରି ରହିବ। ଟୋଙ୍କର ସମସ୍ତ ଲୋକଙ୍କୁ ଧନ୍ୟବାଦ।”   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.