ନୂଆଦିଲ୍ଲୀ ୧୩/୦୭: ଯମୂନା ନଦୀର ଜଳସ୍ତର ବଢିବା ପରେ ସାରା ରାଜଧାନୀରେ ଜଳମୟ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଫଳରେ ଦିଲ୍ଲୀର ସମସ୍ତ ସ୍କୁଲ କଲେଜ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସରକାର । ବର୍ଷା ବିତ୍ପାତକୁ ଦେଖି ନିଷ୍ପତ୍ତି ନେଇଛନ୍ତି ସରକାର ।
wp:html/wp:html#WATCH | A rickshaw-puller pedals through chest-deep water in the flooded area near Red Fort of Delhi. pic.twitter.com/bIezx11zye
— ANI (@ANI) July 13, 2023
ସୂଚନା ଥାଉକି, ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ ପରେ ଏବେ ରାଜଧାନୀର ଜଳପ୍ରଳୟ । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଂଚିଛି । ଯଦି ପୁଣି ଜଳସ୍ତର ବୃଦ୍ଧି ହୁଏ ତେବେ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ ।
wp:html/wp:html#WATCH | Delhi CM Arvind Kejriwal says, "We had a DDMA meeting. Several important decisions were taken. Schools, colleges & universities will remain closed till Sunday. All Govt offices, except those providing essential services, will have Work from Home. Advisory is being issued… pic.twitter.com/C63voyyoUt
— ANI (@ANI) July 13, 2023
ଯମୁନା ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ବନ୍ୟା ଜଳ ଲହରୀ ଭାଙ୍ଗୁଥିବା ବେଳେ ରାଜଘାଟ, ଆଇଟିଓ, କଶ୍ମୀର ଗେଟ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ କଲବଲ କରୁଛି । ଏହାଭିତରେ ଲାଲକିଲ୍ଲାର ପଛ ପାଶ୍ୱର୍ରେ ମଧ୍ୟ ବନ୍ୟା ଜଳ ପଶିବା ଆରମ୍ଭ କରିଛି । ପୁରୁଣା ଦିଲ୍ଲୀକୁ ଯାଉଥିବା ରାସ୍ତା ଜଳମଗ୍ନ ହୋଇଯିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫଳରେ ଏମିତି ସ୍ଥିତିକୁ ଦେଖି ଆଲର୍ଟରେ ସରକାର ।