ଆନନ୍ଦପୁର ୧୪।୮: ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆଇନ ପାଠ ପଢ଼ାଇଲେ ଏସଡିପିଓ । ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ଆତ୍ମହତ୍ୟା ପ୍ରବଣତା ମାନସିକତାରୁ କିଭଳି ନିଜକୁ ଦୂରେଇ ରଖିହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କୁ ଏସଡିପିଓ ଦେଲେ ଟିପ୍ସ ।
କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ପୁରା ଜିଲ୍ଲାରେ ପୋଲିସ ତରଫରୁ ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଚାଲିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ଆଇନ, ପୋଲିସର କାର୍ଯ୍ୟଧାରା ଓ ଜଣେ ନାଗରିକ ଅଧିକାର ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଉଛନ୍ତି । ଏହି ପରୀପ୍ରେକ୍ଷୀରେ ଆନନ୍ଦପୁର ମହାବିଦ୍ୟାଳୟରେ ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଅୟୋଜିତ ହୋଇଛି । ଏହି କର୍ଯ୍ୟକ୍ରମ ମଧ୍ୟମରେ ଏସଡିପିଓ ଛାତ୍ରଛାତ୍ରୀଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା ସହ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ।
You Can Read:
ରାଜଧାନୀରେ ନୂଆ ଡିଜାଇନ୍ରେ ହେବ ମେଟ୍ରୋ ପ୍ରକଳ୍ପ, ନୂଆ ଟ୍ରାକ୍ ନେଇ ଟେକ୍ନିକାଲ କମିଟି ଦେବ ରିପୋର୍ଟ