ମୁମ୍ଵାଇ ୦୯।୦୭: ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଥିବା ମହିଳା ବର୍ତ୍ତମାନ ଏଠାରେ ରହିବାକୁ ଚାହୁଁଛନ୍ତି। ଶନିବାର ୮ ଜୁଲାଇରେ ଜେଲରୁ ମୁକୁଳିବା ପରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ପ୍ରେମିକ ସଚିନଙ୍କ ସହ ଭାରତରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯଦି ସେ ପାକିସ୍ତାନ ଯାଆନ୍ତି ତେବେ ସେ ବଞ୍ଚିବେ ନାହିଁ। ଭାରତକୁ ବେଆଇନ ଭାବେ ପ୍ରବେଶ କରିଥିବାରୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କ ଭାରତୀୟ ପ୍ରେମିକ ସଚିନ ଏବଂ ସଚିନଙ୍କ ପିତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଟିଭି ଚ୍ୟାନେଲ ଦେଇଥିବା ସାକ୍ଷାତକାରରେ ସୀମା ଯୋଗୀଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କୁ ସଚିନଙ୍କ ସହ ଭାରତରେ ରହିବାକୁ ଅନୁମତି ଦିଆଯାଉ । କାରଣ ଯଦି ସେ ବର୍ତ୍ତମାନ ପାକିସ୍ତାନ ଯାଆନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ତାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦରଙ୍କ ଦାବିକୁ ମଧ୍ୟ ଅସ୍ୱୀକାର କରିବା ସହ ତାଙ୍କୁ ମାଡ ମାରୁଥିବାର ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସୀମା ଏହା ମଧ୍ୟ କହିଛନ୍ତି ଯେ ଗୁଲାମ ତାଙ୍କ ମୁହଁରେ ଲଙ୍କା ପକାଇ ତାଙ୍କୁ ନିର୍ଯାତନା ଦେଉଥିଲେ। ସୀମା ଦାବି କରିଛନ୍ତି ଯେ ସେ ଗତ ୪ ବର୍ଷ ଧରି ଗୁଲାମଙ୍କ ସହ ରହୁ ନାହାଁନ୍ତି ଏବଂ ସଚିନ ତାଙ୍କର ଚାରି ସନ୍ତାନଙ୍କୁ ଏବେ ଗ୍ରହଣ କରିଛନ୍ତି। ତେଣୁ ବର୍ତ୍ତମାନ ସେ ତାଙ୍କ ସହ ଭାରତରେ ରହିବାକୁ ଚାହୁଁଛନ୍ତି।
PUBG ରୁ ଆରମ୍ଭ ହୋଇଥିଲା ପ୍ରେମ
ସୀମା ଏବଂ ସଚିନ୍ ଗେମିଂ ଆପ୍ PUBG ରେ କଥା ହେବା ଆରମ୍ଭ କଲେ ଏବଂ ପରେ ଦୁହେଁ ପ୍ରେମରେ ପଡିଗଲେ। ସୀମା ପାକିସ୍ତାନ ଛାଡି ତାଙ୍କ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିଲେ। ଏହା ପରେ ଯେତେବେଳେ ଦୁହେଁ ବିବାହ କରିବା ପାଇଁ ଜଣେ ଓକିଲଙ୍କ ସହ କଥା ହୋଇଥିଲେ ସେତେବେଳେ ଜଣାପଡିଥିଲା ଯେ ସୀମାଙ୍କର ଭିସା ନାହିଁ ଏବଂ ସେ ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି। ଓକିଲଙ୍କ ଅଭିଯୋଗରେ ସଚିନ, ତାଙ୍କ ପିତା ଏବଂ ସୀମାଙ୍କୁ ଗିରଫ କରାଯାଇଥିଲା। ୫ଦିନ ଜେଲରେ ରହିବା ପରେ ତିନିଜଣଙ୍କୁ ଜାମିନ ମିଳିଛି।
wp:embed {"url":"https://www.prameyanews7.com/seema-haider-got-bail-released-said-became-hindu-accepted-religion/","type":"wp-embed","providerNameSlug":"prameya-news-7"} /wp:embed