କଟକ ୨୩।୮: ଗିରଫ ହେଲେ କୋଟିପତି କିରାଣୀ କିଶୋର ସାହାଣୀ । କଟକ ସିଟି ହସ୍ପିଟାଲର ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା କିଶୋର ପ୍ରାୟ ଦେଢ଼ କୋଟି ତାଙ୍କର ଯୁଜର୍ସ ଫି’ ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ଏହା ବ୍ୟତୀତ ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ଶୁକ୍ରବାର କିଶୋରଙ୍କ ଘର ସମେତ ୫ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଚଢ଼ାଉ ବେଳେ ୨ଟି ବୃହତ୍ତ ଅଟ୍ଟାଳିକା ଗୋଟିଏ ଫାର୍ମ ହାଉସ, ୧୯ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ଏସବୁ ବାଦ୍ ଆହୁରି ଅନେକ ସମ୍ପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟର ପ୍ରାୟ ୨୦୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି ।
ଏହି ହେରାଫେରିରେ କିଶୋରଙ୍କ ସ୍ତ୍ରୀ ସମ୍ପୃକ୍ତ ଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଟଙ୍କା ନାଁରେ ମଧ୍ୟ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ । ଆବଶ୍ୟକ ହେଲେ ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କୁହାଯାଇଛି । ୨୦୧୦ ରୁ ୨୦୧୬ ମଧ୍ୟରେ ସିଟି ହସ୍ପିଟାଲର ଯୁଜର୍ସ ଫି’ ବାବଦୀୟ ପ୍ରାୟ ୧ କୋଟି ୨୪ ଲକ୍ଷ ଟଙ୍କା କିଶୋର ହଡପ କରିଥିବାର ସଙ୍ଗୀନ ଆଭିଯୋଗ ରହିଛି ।
You Can Read: