ଭୁବନେଶ୍ବର ୮।୬: କପିଳେଶ୍ୱର ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧାହେଲା ସେବାୟତ । ଭୁବନେଶ୍ବର କପିଳେଶ୍ଵର ମନ୍ଦିର ବେଢ଼ାରେ ଏଭଳି ସାଂଘାତିକ ଘଟଣା ଘଟିଛି । ପୂଜା କରିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଜଣେ ସେବାୟତ । ଏନେଇ ନାବାଳିକାଙ୍କ ପରିବାର ଲୋକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସେବାୟତ ପ୍ରଦ୍ୟୁମ୍ନ ମଲିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ସନ୍ଧ୍ୟାରେ ମନ୍ଦିରକୁ ଯାଇଥିଲେ ସ୍ଥାନୀୟ ଅଞ୍ଚଳର ନାବାଳିକା । ଠାକୁରଙ୍କ ଆଳତୀ ସରିବା ପରେ ପ୍ରଦ୍ୟୁମ୍ନ ତାଙ୍କୁ ଶନି ମନ୍ଦିର ଦର୍ଶନ କରାଇ ଦେବାକୁ କହିଥିଲେ । ନାବାଳିକା ଜଣଙ୍କ ତାଙ୍କ ସହ ଯାଇଥିଲେ । ସେଠାରେ ଅନ୍ଧାରରେ ସୁଯୋଗ ନେଇ ପ୍ରଦ୍ୟୁମ୍ନ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକା ଚିତ୍କାର କରିବାରୁ ସେ ତାଙ୍କୁ ଛାଡ଼ି ଦେଇଥିଲେ । ଏନେଇ ନାବାଳିକା ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କଠୁ ଏତଲା ପାଇ ପୋଲିସ କପିଳେଶ୍ଵର ଗାଁରେ ଚଢ଼ଉ କରି ପ୍ରଦ୍ୟୁମ୍ନଙ୍କୁ ଉଠାଇ ଆଣିଥିଲା । ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିଛି ।
You Can Read:
ଆନନ୍ଦ ଓରାମ ହତ୍ୟା ଘଟଣାରେ ପୋଲିସକୁ ସଫଳତା, ଝାରସୁଗୁଡ଼ାରୁ ଅଭିଯୁକ୍ତ ଗିରଫ