ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ଼ ସୁନାନ୍ତର ଗାଁ ଛକରେ ଗୁଳିମାଡ଼ ସହ ବୋମା ମାଡ଼ । ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସନ୍ଧ୍ୟାବେଳେ କାଳିଆ ଜେନା ନିଜ ଗ୍ୟାରେଜ୍ ସାମ୍ନାରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଗୁଳିମାଡ଼ କରିବା ସହ ବୋମାମାଡ଼ କରିଥିଲେ । ପୂର୍ବରୁ କାଳିଆ ଜେନା ନାଁରେ ଅନେକ ଅପରାଧିକ ମାମଲା ରହିଛି । ଘଟଣାସ୍ଥଳରେ ଶେରଗଡ଼ ପୋଲିସ ଓ ଆସ୍କା SDPO ପହଞ୍ଚି ତଦନ୍ତ କରୁଛନ୍ତି।