ଭେଲ୍ଲୋର ୧୩।୭: ତେଲେଙ୍ଗାନାରେ ଫଲକନୁମା ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ପରେ ଗୁରୁବାର ତାମିଲନାଡୁରେ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁ ଭେଲ୍ଲୋର ଜିଲ୍ଲାରେ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ୍ (ଡବଲଡେକର) ଟ୍ରେନ୍ ର ସି-୬ କୋଚ୍ରୁ ଧୂଆଁ ବାହାରୁଥିବାର ଦେଖାଯାଇଛି। ଧୂଆଁ ବାହାରୁଥିବା ଦେଖି ଟ୍ରେନକୁ ଅଟକାଇ ଦିଆଯାଇଥିଲା। ରେଳ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇଥିଲେ ଓ ୧୨ ମିନିଟ୍ ପରେଟ୍ରେନ ପୁଣି ଗନ୍ତବ୍ୟ ଅଭିମୁଖେ ବାହାରିଥିଲା।
{"id":816569,"width":839,"height":576,"sizeSlug":"full","linkDestination":"none"}ଧୂଆଁ ବାହାରିବା ବେଳେ ଚେନ୍ନାଇ-ବେଙ୍ଗାଲୁରୁ ଡବଲ ଡେକର ଏକ୍ସପ୍ରେସ୍ ଭିନ୍ନମଗଲମ ଅଞ୍ଚଳର କଡପାଡିରେ ଯାଉଥିଲା। ଅଚାନକ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଚାଳକ ଟ୍ରେନକୁ ଅଟକାଇଦେଇଥିଲେ। ତେବେ ଟ୍ରେନରୁ ଧୂଆଁ ବାହାରିବା ଦେଖି ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ଏଣୁ ଟ୍ରେନ ଅଟକିବାମାତ୍ରେ ଯାତ୍ରୀ ବଗିରୁ ତଳକୁ ଓହ୍ଲାଇ ଆସିଥିଲେ। ତେବେ ଟ୍ରେନର ବ୍ରେକ୍ ରିପ୍ୟାରିଂ ହୋଇନଥିବାରୁ ଟ୍ରେନରୁ ଧୂଆଁ ବାହାରୁଥିଲା ବୋଲି ରେଳ କର୍ମଚାରୀମାନେ କହିଛନ୍ତି।
{"id":816571,"sizeSlug":"full","linkDestination":"none"}ଟ୍ରେନ ଅଟକିବା ମାତ୍ରେ ରେଳବାଇ କର୍ମଚାରୀମାନେ ମାତ୍ର ୧୨ ମିନିଟ୍ରେ ବ୍ରେକ୍ରେ ହୋଇଥିବା ତ୍ରୁଟିକୁ ସଜାଡି ଦେଇଥିଲେ। ପରେ ଟ୍ରେନ୍ ବେଙ୍ଗାଲୁର ଅଭିମୁଖେ ଯାତ୍ରା କରିଥିଲା। ଏଣୁ ଚେନ୍ନାଇ-ବେଙ୍ଗାଲୁରୁ ଡବଲଡେକର ଏକ୍ସପ୍ରେସ୍ ଯାତ୍ରାରେ ୧୨ ମିନିଟ୍ ବିଳମ୍ବ ହୋଇଛି। ଏ ନେଇ ରେଲୱେ ପ୍ରଶାସନ ବୟାନ ଜାରି କରିଛନ୍ତି। ଟ୍ରେନର ବ୍ରେକ୍ ଫେଲ ହେବା ଯୋଗୁ ଧୂଆଁ ବାହାରିଥିଲା ବୋଲି କହିଛନ୍ତି। ତେବେ ଏଥି ପାଇଁ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୌଣସି ପ୍ରକାରର ଅସୁବିଧା ହୋଇ ନାହିଁ ବୋଲି କୁହାଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି, ଦେଖନ୍ତୁ VIP ଅଞ୍ଚଳର ଡ୍ରୋନ ଫଟୋ