ମେହେନ୍ଦୀରେ କାହିଁକି ସାମିଲ ହେଲେନି ମାଆ ପୁନମ ? ଭାଇ ଲଭ-କୁଶ ମଧ୍ୟ ଆସିଲେ ନାହିଁ

Published By : Prameya-News7 Bureau | June 23, 2024 IST

ମୁମ୍ଵାଇ ୨୩।୦୬; ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ୨୩ ଜୁନ୍ ଅର୍ଥାତ୍‌ ରବିବାର ହାତକୁ ଦି ହାତ ହେବେ। ଅଭିନେତ୍ରୀ ତାଙ୍କର ଦୀର୍ଘ ସମୟର ପ୍ରେମିକା ଜହିର ଇକବାଲଙ୍କୁ ବିବାହ କରୁଛନ୍ତି। କପଲଙ୍କ ବିବାହ ସମ୍ବନ୍ଧୀୟ ପ୍ରତ୍ୟେକ ମୁହୂର୍ତ୍ତର ଅପଡେଟ୍‌ ସୋସିଆଲ ମିଡିଆରେ ଆସୁଛି । ତେବେ ଏହି ପାର୍ଟିରେ ସୋନାକ୍ଷୀଙ୍କ ପୁରା ପରିବାର ତାଙ୍କ ସହ କାହିଁକି ଦେଖାଯାଉନାହାଁନ୍ତି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠିଛି । ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ପୂର୍ବର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି। ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀ ତାଙ୍କ ଭାବି ସ୍ଵାମୀ ଜହିର ଇକବାଲ ଏବଂ ଅତିଥିମାନଙ୍କ ସହିତ ପୋଜ୍ କରୁଛନ୍ତି । ତେବେ ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀଙ୍କ ମାଆ ପୁନମ୍ ସିହ୍ନା କୌଣସି ପାର୍ଟିରେ ଦେଖାଯାଇନଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଅଭିନେତ୍ରୀଙ୍କ ମା ତାଙ୍କ ଝିଅର ବିବାହରେ ଖୁସି ନାହାନ୍ତି କି?



ମେହେନ୍ଦୀ ସମାରୋହର ଫଟୋ ଭାଇରାଲ 

ତେବେ ଅଭିନେତ୍ରୀଙ୍କ ମାଆ ପୁନମ୍ ସିହ୍ନା ଏବଂ ଭାଇ ଲଭ-କୁଶ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ସୋସିଆଲ ମିଡିଆରେ ହଳଦୀ ଏବଂ ମେହେନ୍ଦୀ ସମାରୋହର ଫଟୋରେ ତାଙ୍କୁ ଦେଖିବାକୁ ମିଳିନାହିଁ । 



ନିକଟରେ ସୋସିଆଲ ମିଡିଆରେ କିଛି ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଗୁଡିକରେ ଶତ୍ରୃଘ୍ନ ସିହ୍ନା ତାଙ୍କ ଜ୍ବାଇଁ ଜହିର ଇକବାଲଙ୍କ ସହ ନଜର ଆସିଥିଲେ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଭେଟେରାନ ଅଭିନେତା ତାଙ୍କ ଝିଅର ଶାଶୁ ଘରେ ପହଞ୍ଚି ସେଠାରେ ଜହିରଙ୍କୁ ଆଲିଙ୍ଗନ କରିଥିଲେ। ଜହିର ମଧ୍ୟ ଶତୃଘ୍ନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଦୁହିଁଙ୍କ ବନ୍ଧନରୁ ଏହା ସ୍ପଷ୍ଟ ଜଣାପଡୁଥିଲା ଯେ ଅଭିନେତା ତାଙ୍କ ଝିଅର ଖୁସିରେ ଖୁସି ଅଛନ୍ତି। ଏହା ବ୍ୟତୀତ ସେ ତାଙ୍କ ଝିଅ ପାଇଁ ଗର୍ବିତ ବୋଲି ଏକ ବିବୃତ୍ତିରେ ମଧ୍ୟ କହିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.