ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ହେବ ଆଲୋଚନା

Published By : Prameya-News7 Bureau | July 18, 2023 IST

ନୂଆଦିଲ୍ଲୀ, ୧୮/୦୭: ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଙ୍ଘେ। ଜୁଲାଇ ୨୦ ରୁ ୨୧ ପର୍ଯ୍ୟନ୍ତ ଭାରତ ଯାତ୍ରାରେ ରହିବେ ଶ୍ରୀଲଙ୍କା ରାଷ୍ଟ୍ରପତି। ତେବେ ଏହି ଗସ୍ତର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସମ୍ବନ୍ଧକୁ ଆହୁରି ଆଗକୁ ବଢ଼ାଇବା ଏବଂ ମଜବୁତ କରିବା। ଏନେଇ ଦ୍ବୀପ ରାଷ୍ଟ୍ରର ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ସୂଚନା ଦେଇଛନ୍ତି।

ମନ୍ତ୍ରାଳୟ କହିଛି ଯେ, ରାଷ୍ଟ୍ରପତି ବିକ୍ରମସିଙ୍ଘେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ୨୦-୨୧ ଜୁଲାଇ ୨୦୨୩ରେ ଭାରତ ଯାତ୍ରା କରୁଛନ୍ତି। ଯାତ୍ରା ସମୟରେ ବିକ୍ରମସିଙ୍ଘେ ଭାରତର ରାଷ୍ଟ୍ରପତି ଦ୍ରୗପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଭାରତୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଉଭୟ ଦେଶର ହିତକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ସଂକଟଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢାଇଲା IMF, ୨.୯ ବିଲିୟନ ଡଲାର ଋଣ ଦେବାକୁ ରାଜି

ବିକ୍ରମସିଙ୍ଘେ ଭାରତ ସହ ଭଲ ସମ୍ପର୍କ ଉପରେ ଜୋର୍‌ ଦେଇଛନ୍ତି। ଆଉ ଏହାକୁ ନିଜ ବିଦେଶ ନୀତିର ଏକ ପ୍ରମୁଖ ପ୍ରସଙ୍ଗ ବୋଲି କହିଛନ୍ତି। ବିକ୍ରମସିଂଙ୍ଘେ ଦ୍ବୀପ ରାଷ୍ଟ୍ରର ଅର୍ଥମନ୍ତ୍ରୀ ମଧ୍ୟ ଅଛନ୍ତି। ତେବେ ଏହି ଯାତ୍ରା ଏଭଳି ସମୟରେ ହେଉଛି ଯେତେବେଳେ ଶ୍ରୀଲଙ୍କାର ଦୁର୍ବଳ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ମିଳୁଛି।

ସୂଚନାଥାଉକି, ଆର୍ଥିକ ସଙ୍କଟ ସହ ଜୁଝୁଥିବା ଶ୍ରୀଲଙ୍କାରେ ଗତ ବର୍ଷ ଜୁଲାଇରେ ଜନଆକ୍ରୋଶ କାରଣରୁ ଗୋଟାବାୟା ରାଜପକ୍ଷେଙ୍କୁ ପଦରୁ ହଟାଯାଇଥିଲା। ଏହାର ଗୋଟିଏ ବର୍ଷ ପରେ ଏହା ବିକ୍ରମସିଙ୍ଘେଙ୍କ ଏହା ପ୍ରଥମ ଭାରତ ଯାତ୍ରା। ବିଦେଶୀ ମୁଦ୍ରା ଭଣ୍ଡାରର ଅଭାବ କାରଣରୁ ଶ୍ରୀଲଙ୍କା ୨୦୨୨ରେ ଏକ ଅଦ୍ଭୁତପୂର୍ବ ଆର୍ଥିକ ସଙ୍କଟରେ ପ୍ରଭାବିତ ହୋଇଥିଲା। ଯାହା ୧୯୪୮ରେ ବ୍ରିଟେନ ଠାରୁ ନିଜ ସ୍ବାଧୀନତା ପରଠାରୁ ସବୁଠୁ ଖରାପ ସ୍ଥିତି ଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀଲଙ୍କାକୁ ମିଳିଲା IMFଙ୍କ ବେଲ ଆଉଟ୍ ପ୍ୟାକେଜ୍, ଜାଣନ୍ତୁ ପ୍ରଥମ କିସ୍ତିରେ ମିଳିଛି କେତେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.