ଗୋଟିଏ ରୁମରେ ୨୦ ଜଣ, ମିଳୁନି ଖାଇବା; ଅସୁବିଧାରେ ରୁଷରେ ଜରୁରୀ ଅବତରଣ କରିଥିବା ଏୟାର ଇଣ୍ଡିଆର ଯାତ୍ରୀ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ: ରୁଷର ଗ୍ରାମୀଣ ଅଞ୍ଚଳ ମାଗାଡାନରେ ଜରୁରୀ ଅବତରଣ କରିଥିବା ଏୟାର ଇଣ୍ଡିଆର ଯାତ୍ରୀ ଏବେ ସେଠାରେ ବହୁ ଅସୁବିଧାର ସାମନା କରୁଛନ୍ତି । ଛୋଟ ପିଲା, ବୟସ୍କଙ୍କ ସହ ଅନ୍ୟ ଯାତ୍ରୀମାନେ ଭାଷା, ଖାଇବା ଏବଂ ସର୍ବନିମ୍ନ ସୁବିଧା ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଜୁନ୍ ୬ ମଙ୍ଗଳବାର ରାତିରେ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଦିଲ୍ଲୀରୁ ଆମେରିକାର ସାନ୍ ଫ୍ରାନ୍ସସିକ୍କୋକୁ ଅଭିମୁଖେ ଉଡାଣ ଭରିଥିଲା । ମୋଟ ୨୧୬ ଯାତ୍ରୀ ଏବଂ ୧୬ ବିମାନ ସଦସ୍ୟ ଏଥିରେ ଯାତ୍ରା କରୁଥିଲେ । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରୁଷର ଏକ ଗ୍ରାମୀଣ ଅଞ୍ଚଳରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।

ଆହୁରି ପଢନ୍ତୁ: ଦିଲ୍ଲୀ-ସାନ ଫ୍ରାନସିସ୍କୋ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଋଷିଆରେ ହେଲା ଜରୁରୀ ଅବତରଣ

ମଙ୍ଗଳବାର ଅବତରଣ ହୋଇଥିବା ଏହି ବିମାନ ବର୍ତ୍ତମାନ ସୁଦ୍ଧା ସେଠାରୁ ଉଡାଣ ଭରିପାରିନି । ଫଳରେ ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେଉଛନ୍ତି । ଲୋକେ ଠିକ୍ ଖାଇବା ପାଇ ପରୁ ନଥିବା ବେଳେ ଗୋଟିଏ ଗୋଟିଏ ରୁମରେ ୨୦ ଜଣ ଲେଖାଏଁ ଚଟାଣରେ ଶୋଇ ରହୁଛନ୍ତି । ଏପଟେ ବିମାନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ କେତେବେଳେ ଉଡାଣ ଭରିବ ସେନେଇ କୌଣସି ସୂଚନା ନାହିଁ ।  

{"id":799764,"sizeSlug":"full","linkDestination":"none"}

ଏହାରି ଭିତରେ ଏୟାର ଇଣ୍ଡିଆର ବୟାନ ସାମନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଅନ୍ୟ ଏକ ବିମାନ ରୁଷ ପଠାଯାଇଛି । ଏହି ବିମାନରେ ସମସ୍ତ ଯାତ୍ରୀଙ୍କୁ ଆମେରିକାର ସାନ ଫ୍ରାନ୍ସସିକ୍କୋ ପଠାଯିବ । ପଠାଯାଇଥିବା ବିମାନରେ ଖାଦ୍ୟ ସହ ଅନ୍ୟ ଜରୁରୀ ସମାଗ୍ରୀ ମଧ୍ୟ ପଠାଯାଇଛି । ଅନ୍ୟପଟେ ଆମେରିକା ମଧ୍ୟ ଏକ ବୟାନ ଜାରି କରି ସ୍ଥିତି ଉପରେ ନଜର ରଖାଯାଇଥିବା କହିଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର ଉପ-ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, 'ଆମେରିକା ଆସୁଥିବା ବିମାନ ରୁଷରେ ଜରୁରୀ ଅବତରଣ କରିଥିବା ଖବର ସହ ଆମେ ଅବଗତ ଅଛୁ । ବିମାନରେ ଆମେରିକା ନାଗରିକ ଥିବା ଅନୁମାନ କରାଯାଉଛି'।

ଆହୁରି ପଢନ୍ତୁ: ଗୋଆ-ଦିଲ୍ଲୀ ବିମାନରେ ଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ, ଏୟାର ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ପିଟିଲେ

ଅନ୍ୟପଟେ ରୁଷର ବେସାମରିକ ବିମାନ ଚଳାଚଳ ବିଭାଗ ଅଧିକାରୀ ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା ସ୍ପଷ୍ଟ କରିଛନ୍ତି । ଏହାସହ ବିକଳ୍ପ ବିମାନ ଅବତରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.