ବିନିକା ୧୪।୮: ସାରା ଦେଶରେ ପାଳିତ ହେଉଛି ତ୍ରିରଙ୍ଗା ଶୋଭାଯାତ୍ରା । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ମହାବିଦ୍ୟାଳୟ ପକ୍ଷରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ସହର ଠାରେ ଅନୁଷ୍ଠିତ ହୋଇଯାଇଛି । ୫୦ ଫୁଟର ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ ଛାତ୍ରଛାତ୍ରୀ ।
ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗଦେଇଥିଲେ l ସେହିଭଳି ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର, ମହାବିଦ୍ୟାଳୟର କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l ପ୍ରଥମେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ଏକ ମହାବିଦ୍ୟାଳୟର ଠାରେ ବୈଠକ ହୋଇଥିଲା l ପରେ ମହାବିଦ୍ୟାଳୟରରୁ ୫୦ ଫୁଟର ତ୍ରିରଙ୍ଗା ଧରି ସହରର ପର୍ଶୁରାମ ଛକ, ବ୍ଲକ୍ ଛକ, ବୁଢ଼ାରାଜା ଛକ ଦେଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା l
You Can Read:
ପ୍ରତି ମାସରେ ପିଏମ୍ ସୂର୍ଯ୍ୟଘର ଯୋଜନାର ହେବ ସମୀକ୍ଷା, ସଚେତନତା ପାଇଁ ଲୋକଙ୍କୁ ବଣ୍ଟାଯିବ ଲିଫଲେଟ୍ ଓ ପାମ୍ପଲେଟ୍