ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା, ବିପଦ ସଂକେତ ଉପରେ ବନ୍ୟାଜଳ

Published By : Prameya-News7 Bureau | August 24, 2025 IST

ଭୁବନେଶ୍ବର ୨୪।୮: ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଓ ବୈତରଣୀରେ ଛୋଟ ଧରଣରେ ବନ୍ୟା ହୋଇଛି । ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଗତ କିଛି ଦିନରୁ ଲଗାଣ ବର୍ଷା ହେଉଛି । ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ ମିମି ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ ମିମି ବର୍ଷା ହୋଇଛି । ଉପର ମହାନଦୀରେ ୩୧ ମିମି ବର୍ଷା ହୋଇଛି । ଯାହା ପ୍ରଭାବରେ ବନ୍ୟା ଆସିବ । 

ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଚାଲିଛି । ବଂଶଧରା ଓ ବୁଢାବଳଙ୍ଗରେ ପାଣି ଅଧିକ ଥିଲେ ବି ତାହା କମିଯିବ । ବୈତରଣୀରେ ଶନିବାର ବର୍ଷା ହୋଇଛି, ବନ୍ୟା ହୋଇଛି ଏବଂ ଏହା ଆହୁରି ବଢିବ । ସୁବର୍ଣ୍ଣରେଖାରେ ବର୍ତ୍ତମାନ ରାଜଘାଟ ଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ବନ୍ୟା ପରିସ୍ଥିତି ଅଛି, ଏହା ଆହୁରି ବଢିବ । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପଞ୍ଚମ ବନ୍ୟା ହୋଇଛି ।

ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇ ଜଳସ୍ତର ବଢିଛି । ହୀରାକୁଦ ଜଳଭଣ୍ଡାରରେ ୬୨୧.୬୫ ଫୁଟ ପାଣି ଅଛି । ୧.୯୮ ଲକ୍ଷ ବନ୍ୟା ଜଳ ପ୍ରବେଶ କରୁଛି । ୮ଟି ଗେଟ୍ ଦେଇ ୧.୬୦ ଲକ୍ଷ ଜଳ ନିଷ୍କାସନ ହେଉଛି । ଶନିବାର ଉପର ମହାନଦୀରେ ୩୧.୩୩ ମିମି ବଡ଼ ବର୍ଷା ହୋଇଛି । ତେଣୁ ହୀରାକୁଦର ଆଉ ଚାରୋଟି ଗେଟ୍ ଖୋଲିବ ।  ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

You Can Read:

ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ଆସିଲା ବନ୍ୟାଜଳ, ବଡ଼ ବନ୍ୟା ଆଶଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.