ପ୍ରୋଟକଲ ବାହାରକୁ ଆସି ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ, ଆଗକୁ ବିରୋଧୀଙ୍କ ସହ ଆଲୋଚନା

Published By : Prameya-News7 Bureau | July 24, 2025 IST

ଭୁବନେଶ୍ୱର ୨୪/୦୭: ରାଜସ୍ୱ ମନ୍ତ୍ରୀ ରାଜ୍ୟପାଳ ହରିବାବୁ କମ୍ବମପାଟିଙ୍କ ସାକ୍ଷାତ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁରେଶ ପୂଜାରୀ । ସେ କହିଛନ୍ତି, ପ୍ରୋଟକଲ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ । କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଓ ବିଧାୟକଙ୍କ ସହ ମଧ୍ୟ କରିବେ ଆଲୋଚନା । 

ପୂର୍ବରୁ ଜନସାଧାରଣଙ୍କ ପାଖକୁ ଯାଇ ସମସ୍ୟା ବୁଝିବାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ମଧ୍ୟ ଉଦାହରଣ ରହିଛି । ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ । ବର୍ତ୍ତମାନର ରାଜ୍ୟପାଳ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସମସ୍ୟାର ସାମାଧାନ ଏକ ଉଦାହରଣ ସୃଷ୍ଟି କରିଛି । ସିଧାସଳଖ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷତ କରି ସମୀକ୍ଷା ଆଲୋଚନା କରୁଛନ୍ତି ରାଜ୍ୟପାଳ । 

କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକ ଙ୍କ ସହ ମଧ୍ୟ ଆଲୋଚନା କରିବେ । ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନୀ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି ରାଜ୍ୟପାଳ । କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ୱ ଦେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.