କଟକ ୩୧।୧: କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ବାରବାଟୀ ଷ୍ଟାଡ଼ିୟମ୍ରେ ୯ ତାରିଖରେ ହେବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମ୍ୟାଚ୍ ପାଇଁ ନିର୍ମାଣ ହୋଇଥିବା ଓଡ଼ିଆ ଥିମ୍ ସଙ୍ଗ୍ର ଉନ୍ମୋଚନ କରିଛନ୍ତି । ସମୀକ୍ଷା ବେଳେ ବାରବାଟୀରେ କ୍ରିକେଟ୍ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ବାରବାଟୀ ଏକଦିବସୀୟ ପାଇଁ ଆୟୋଜନ ସନ୍ତୋଷ ଜନକ । ମ୍ୟାଚ୍ର ସଫଳ ଆୟୋଜନ ପାଇଁ ସରକାର ସମସ୍ତ ସହଯୋଗ କରିବେ । ମ୍ୟାଚ୍ର ସଫଳ ଆୟୋଜନ ଆମ ସମ୍ମାନର କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଏକଦିବଶୀୟ ମ୍ୟାଚ୍ । ବାରବାଟୀ ୱନ୍ଣ୍ଡେ ପାଇଁ ଏବେଠାରୁ ପିଚ୍ ଏବଂ ଆଉଟଫିଲ୍ଡ ଉପରେ ସ୍ବତନ୍ତ୍ର ନଜର ରଖିଛି ଆୟୋଜକ ଓସିଏ ।
ତେବେ ବର୍ତ୍ତମାନର ଟ୍ରେଣ୍ଡ ହେଉଛି ହାଇ ସ୍କୋରିଂ ମ୍ୟାଚ୍ । ତାକୁ ଆଖିରେ ରଖି ବାରବାଟୀର ପିଚ୍ ପ୍ରସ୍ତୁତ କରାଯାଉଛି । ଯଦିଓ ପଡ଼ିଆ ମଝିରେ ୫ଟି ପିଚ୍ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଫେବୃୟାରୀ ୯, ୱାନ୍ଣ୍ଡେ ପାଇଁ ୨ଟି ପିଚ୍କୁ ଫୋକସ୍ ରଖାଯାଇଛି । ମୁମ୍ବାଇରୁ ଅଣାଯାଇଥିବା ନାଲି ମାଟିରେ ଗୋଟିଏ ପିଚ୍, ଅନ୍ୟଟି କଳାହାଣ୍ଡିର କଳାମାଟିରେ ପ୍ରସ୍ତୁତ ହୋଇଛି । କିନ୍ତୁ ଆୟୋଜକ ଓସିଏ ଚାହୁଁଛି ବ୍ଲାକ୍ ସଏଲ୍ ପିଚ୍ରେ ହିଁ ମ୍ୟାଚ୍ ହେଉ । କାରଣ ପୂର୍ବରୁ ଏହି ପିଚ୍ ଅଧିକ ଇଫେକ୍ଟିଟିଭ୍ ହୋଇଛି, ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ରହିବ ମ୍ୟାଚ୍ ରେଫରୀଙ୍କ ପାଖରେ ।
ଏହା ଭିତରେ ବାରବାଟୀର ପିଚ୍ ଏବଂ ଆଉଟଫିଲ୍ଡ ପ୍ରସ୍ତୁତିକୁ ନୀରିକ୍ଷଣ କରିସାରିଛନ୍ତି ବିସିସିଆଇ ଚିଫ୍ କ୍ୟୁରେଟର ଆଶିଷ ଭୈମିକ । କିନ୍ତୁ ବର୍ତ୍ତମାନର ସ୍ଥିତି କହୁଛି ଯେ, ୯ ତାରିଖରେ ହେବାକୁ ଥିବା ୱାନ୍ଣ୍ଡେ ପାଇଁ କାକର ଏକ ପ୍ରମୁଖ ସମସ୍ୟା ହେବାଟା ନିଶ୍ଚିତ । ଯାହାକୁ ନିୟନ୍ତ୍ରଣ କରିବା ଲାଗି, ନୂଆ ସୁପର କିଣିଛି ଓସିଏ । ହେଲେ ମ୍ୟାଚ୍ର ୩ ଦିନ ଆଗରୁ ଆଉଟଫିଲ୍ଡରେ ସ୍ବତନ୍ତ୍ର କେମିକାଲ ସ୍ପ୍ରେ କରାଯିବ । ମ୍ୟାଚ୍ ଦିନ ଆବଶ୍ୟକ ପଡିଲେ ମାନୁଆଲ ପ୍ରସେସରେ ଡ୍ୟୁ କଣ୍ଟ୍ରୋଲ କରିହେବ ବୋଲି ଓସିଏ କ୍ୟୁରେଟର କହୁଛନ୍ତି ।
ସାଧାରଣତଃ ୱାନଣ୍ଡେ ଇଣ୍ଟରନ୍ୟାସନାଲ ପାଇଁ ପିଚ୍ ଉପରେ ୨ରୁ ୩ ମିଲିମିଟର ଘାସ ରହେ । ଯାହା ଏକ ହାଇ ସ୍କୋରିଙ୍ଗ ମ୍ୟାଚ୍ ପାଇଁ ଅନୁକୂଳ । କିନ୍ତୁ କାକର ନିୟନ୍ତ୍ରଣ ନହୋଇ ପାରିଲେ ଆଉଟଫିଲ୍ଡ ସ୍ଲୋ ହେବାଟା ନିଶ୍ଚିତ, ଯାହା ହୁଏତ ଏକ ବିଗ୍ ସ୍କୋରିଙ୍ଗ ମ୍ୟାଚ୍ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।
You Can Read:
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କୁ ବଡ଼ ଝଟ୍କା, ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ