ସଂସଦରେ ଉଠିଲା ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନହେବା ପ୍ରସଙ୍ଗ, କ୍ଷୋଭ ପ୍ରକାଶ କଲେ ସାଂସଦ ଦେବାଶିଷ ସାମନ୍ତରାୟ

Published By : Prameya-News7 Bureau | March 12, 2025 IST

କଟକ : ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଣେତା ଥିଲେ ବିଜୁ ବାବୁ । ବିଜୁ ବାବୁଙ୍କ ଜୟନ୍ତୀ ଛୁଟି ଦିବସ ବୋଲି ସରକାରୀ କ୍ୟାଲେଣ୍ଡରରେ ମଧ୍ୟ ଉଲ୍ଲେଖ ରହିଛି, ଏହାପରେ ବି ଚଳିତ ବର୍ଷ ଓଡ଼ିଶା ସରକାର ତାହା ପାଳନ କଲେନାହିଁ, ଏଭଳି କଥା ଆଜି ସଂସଦରେ ଉଠାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ ସଂସଦରେ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । 

ଦେବାଶିଷ କହିଛନ୍ତି ଯେ, ପୂର୍ବରୁ ବିଜୁ ଜୟନ୍ତୀରେ ସରକାରୀ ଭାବେ ପଞ୍ଚାୟତିରାଜ ଦିବସ ପାଳିତ ହେଉଥିଲା, କିନ୍ତୁ ସରକାର ବଦଳିବା ପରେ, ପୂର୍ବ ନିଷ୍ପତ୍ତି ମଧ୍ୟ ବଦଳିଯାଇଛି । ଯାହା ଓଡ଼ିଶା ସରକାରଙ୍କ ହୀନମାନ୍ୟତାର ପ୍ରମାଣ ବୋଲି ରାଜ୍ୟସଭାରେ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ । ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ । ତେବେ ସାରା ଦେଶରେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖରେ ପାଳନ କରାଯାଏ । ୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଏହିଦିନ ପାଳନ କଲେନି ରାଜ୍ୟ ସରକାର ।

You Can Read:

ହୋଲି ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି, ଡିସିପି କହିଲେ- ଡ୍ରଙ୍କେନ୍ ଡ୍ରାଇଭ୍ ପାଇଁ ଆମେ ପ୍ରସ୍ତୁତ ରହିବୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.