ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା, ସୁପ୍ରିମକୋର୍ଟଙ୍କ ରାୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

Published By : Prameya-News7 Bureau | May 08, 2025 IST

ଭୁବନେଶ୍ବର ୮: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ । ଆଇନ ଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଲେକ୍ଚର ଓ ପ୍ରଫେସର ନିଯୁକ୍ତିରେ ଅସଙ୍ଗତି ରହିଥିଲା ତାହାକୁ ସୁପ୍ରିମକୋର୍ଟ ଦୂର କରିଛନ୍ତି । ଗତ ସରକାର ସମୟରେ ଯେଉଁ ବ୍ୟବସ୍ଥାକୁ ଗ୍ରହଣ କରାଯାଇଥିଲା ତାହା ଭୁଲ୍ ଥିଲା ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ନିଯୁକ୍ତିକୁ ନେଇ ନ୍ୟାୟକି ଅସଙ୍ଗତି ଯାହା ରହିଥିଲା ତାହା ଉଠି ସାରିଛି । ଆମେ ପ୍ରସ୍ତୁତ ରହିଛୁ ଖୁବ୍‌ଶୀଘ୍ର କୁଳପତି ଓ ପ୍ରଫେସର ନିଯୁକ୍ତି ଆରମ୍ଭ କରିବା ପାଇଁ । ଏକା ସାଙ୍ଗରେ ଏହି ଦୁଇଟି ପ୍ରକ୍ରିୟା ଆଗକୁ ଆଗେଇବ । ଗତ ମାସରେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ ତାହା ୟୁଜିସି ସହ ସମନ୍ୱୟ ରକ୍ଷା କରି ଅଣାଯାଇଛି । ୨୦୨୦ରେ ଯେଉଁ ନୀତି ଅଣା ଯାଇଥିଲା ତାହା ୟୁଜିସିର ନିୟମକୁ ଉଲଂଘନ କରୁଥିଲା । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଦେଲେ ଯେ ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଥିଲା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

You Can Read:

ରାଜ୍ୟରେ ୪.୪୨ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଓ ଜିଓ ଫାଇବର ଗ୍ରାହକ : ଟ୍ରାଇ ତଥ୍ୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.