ଦିଗପହଣ୍ଡି ୬।୬: ଏମିତି ବି ଆସେ ମୃତ୍ୟୁ । ଏକା ସଙ୍ଗେ ଚାଲିଗଲେ ମାମୁ ଓ ଭାଣିଜୀ । ଦୁର୍ଘଟଣାରେ ମାମୁ ଓ ୨ ଭାଣିଜୀଙ୍କ ମୃତ୍ୟୁ ଘଟିଛି ।ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାର NAC ମୁଖ୍ୟ ଗେଟ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ବୁଲେଟରେ ମାମୁଙ୍କ ସହ ୨ ଭାଣିଜୀ ଯିବାବେଳେ ସେମାନଙ୍କୁ ଧକ୍କା ଦେଇଥିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ଫଳରେ ମାମୁ ଓ ଦୁଇ ଭାଣୀଜିଙ୍କ ମୃତ୍ୟୁ ଘଟିଛି । ମୃତ ମାମୁ ହେଉଛନ୍ତି ଜି. ତ୍ରିନାଥ ରେଡ୍ଡୀ, ଦୁଇ ଭାଣିଜୀ ହେଲେ ବାର୍ଷ ରେଡ୍ଡୀ ଓ ରୁଦ୍ରି ରେଡ୍ଡୀ । ମୃତକ ମାନେ ଗୋକର୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ଘରୋଇ ନର୍ସିଂହୋମ୍ରେ ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ, ମେଡିକାଲ୍ ଟିମ୍ ଗଠନ କରି ତଦନ୍ତ ପାଇଁ ସିଡିଏମ୍ଓଙ୍କୁ ଅନୁରୋଧ