ନେପାଳ ଟମାଟର ଭାରତରେ ହ୍ରାସ କରିବ ମୂଲ୍ୟ ବୃଦ୍ଧି, ଜାଣନ୍ତୁ ଏହି ପଡୋଶୀ ଦେଶରୁ ଆଉ କ’ଣ ସବୁ ହୁଏ ଆମଦାନୀ?

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ ୧୧।୮: ଟମାଟର ଦର ଦେଶରେ କିପରି ମୂଲ୍ୟବୃଦ୍ଧିକୁ ଅନିୟନ୍ତ୍ରିତ କରିଛି ତାହା ଏବା ଆଉ କାହାକୁ ଅଛପା ନାହିଁ। ତେବେ ଦେଶରେ ଟମାଟୋ ଆଉ ଅଧିକ ସମୟ ମହଙ୍ଗା ପରିବା ହୋଇ ରହିବନି। ଦେଶରେ ଟମାଟରର ଏପରି ମୂଲ୍ୟ ବୃଦ୍ଧିକୁ ଦେଖି ସରକାର ପଡୋଶୀ ନେପାଳରୁ ଏବେ ଟମାଟୋ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନେପାଳରୁ ଟମାଟୋ ଆସିବା ପରେ ଭାରତରେ ଆଉ ଏହି ପରିବା ଆଖି ଦେଖାଇପାରିବ ନାହିଁ।

ମାସକରେ ୨୮% ମହଙ୍ଗା ହେଲାଣି ପିଆଜ, ଜାଣନ୍ତୁ କାହିଁକି ?

ନେପାଳର ଅର୍ଥନୀତି ଭାରତର କୌଣସି ରାଜ୍ୟର ଜିଡିପି ଠାରୁ ମଧ୍ୟ କମ୍‌। ଏହା ସତ୍ତ୍ୱେ ଭାରତ ସରକାର ନେପାଳରୁ ଟମାଟୋ ଆମଦାନୀ କରିବାକୁ ପଦକ୍ଷେପ ନେଇଛନ୍ତି। ତେବେ ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟ ବ୍ୟବସାୟ କିଛି ନୂଆ କଥା ନୁହେଁ। ଭାରତ ଦୀର୍ଘ ବର୍ଷରୁ ନେପାଳରୁ ଅନେକ ସାମଗ୍ରୀ ଆମଦାନୀ କରୁଛି। ଏହା ବଦଳେ ଅନେକ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ଯଦି ନେପାଳଠାରୁ ଆମଦାନୀର କଥା ଉଠେ ତେବେ ଏପର୍ଯ୍ୟନ୍ତ ପନିପରିବା, ମସଲା, ଭେଜିଟେବଲ ଅଏଲ, ଫଳ ଓ ହର୍ବାଲ ପ୍ରଡକ୍ଟ ଭାରତକୁ ଆସୁଛି।

{"id":829590,"width":839,"height":471,"sizeSlug":"full","linkDestination":"none"}

ସେହିପରି ଭାରତ ଚିନି, ଗହମ, ଅଣ ବାସୁମତି ଚାଉଳ ଓ ଡାଲି ଆଦି ନେପାଳକୁ ନିୟମିତ ରପ୍ତାନୀ କରୁଛି। ଭାରତ ଓ ନେପାଳ ମଧ୍ୟରେ ସୀମାପାର କାରବାର ଏବେ ଢେର ବଢିଗଲାଣି। ବାଣିଜ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ନେପାଳକୁ ଏଗ୍ରିକଲଚର ଓ ସମ୍ପର୍କିତ ଅନେକ ସାମଗ୍ରୀ ଭାରତ ରପ୍ତାନୀ କରିଥିଲା। ଯାହାର ମୋଟ ମୂଲ୍ୟ ୧.୪୬ ବିଲିୟନ ଡଲାରରୁ ବି ଅଧିକ ଥିଲା। ସେହିପରି ଭାରତ ମଧ୍ୟ ୧.୨୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା।

ଟମାଟୋ ବିକି କୋଟିପତି, ଚାଷୀ କିଣିଲେ SUV କାର, ଏବେ ବିବାହ କରିବାକୁ ଇଚ୍ଛା

ଏଥିରେ ଏବେ ଭାରତରେ ଟମାଟରର ମୂଲ୍ୟ ଅନେକଗୁଣ ପର୍ଯ୍ୟନ୍ତ ବଢିଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ଟମାଟରର ମୂଲ୍ୟ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଇଛି। ଏଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ନେପାଳରୁ ଟମାଟୋ ଆମଦାନୀ କରିବ ବୋଲି ସଂସଦରେ କରିଥିବା ଘୋଷଣା ଅନୁସାରେ ପ୍ରଥମ ସିପମେଣ୍ଟ ଶୁକ୍ରବାର ଭାରତକୁ ପହଞ୍ଚିଛି। ଏହି ଟମାଟୋକୁ ଏବେ ଉତ୍ତରଭାରତର ବାରଣାସୀ, ଲକ୍ଷ୍ନୌ ଓ କାନପୁର ବଜାରରେ ଉପଲବ୍ଧ ହେବ। ଯାହା କ୍ରମଶଃ ଦେଶର ଅନ୍ୟ ବଜାରକୁ ମଧ୍ୟ ପ୍ରବେଶ କରିବ।

{"id":829591,"width":841,"height":567,"sizeSlug":"full","linkDestination":"none"}

ଗତ ୩ ମାସରେ ଟମାଟରର ପାଇକାରୀ ବଜାର ମୂଲ୍ୟ ୧,୪୦୦ ପ୍ରତିଶତରୁ ଅଧିକ ବଢି କେଜି ପିଛା ଦର ୧୪୦ ଟଙ୍କା ହୋଇଯାଇଛି। ଦେଶରେ ଟମାଟରର ଏପରି ମୂଲ୍ୟ ବୃଦ୍ଧି ପାଇଁ ଚାଷୀ ଅନିୟମିତ ବର୍ଷା, ଉଚ୍ଚତାପମାତ୍ରା, ରୋଗପୋକ ଓ ଅନ୍ୟ କାରଣ ଦର୍ଶାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୁଦ୍ରାନୀତି କମିଟି (ଏମପିସି) ମଧ୍ୟ ଦେଶରେ ଟମାଟରର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଖାଦ୍ୟ ଶସ୍ୟ ଓ ଡାଲି ଦରବୃଦ୍ଧି  ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ନିମନ୍ତେ କାରକ ପାଲଟିଥିବା କହିଥିଲେ। ଏଣୁ ଏବେ ଟମାଟୋ ଆମଦାନୀ ଆରମ୍ଭ ହୋଇଥିବା ଦର ଖୁବ୍ ଶୀଘ୍ର ପଛକୁ ଫେରିବ ବୋଲି ଆକଳନ କରାଯାଉଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.